ବିଜେପିର ସାଂଗଠନିକ ବୈଠକ
ଭଞ୍ଜନଗର---ଭଞ୍ଜନଗର ନିବାର୍ଚନ ମଣ୍ଡଳୀ ବିଜେପିର ସାଂଗଠନିକ ବୈଠକ ବେଲଗୁଣ୍ଠା ରାସ୍ତାରେ ଥିବା ଝାଙ୍କରେଇ ମନ୍ଦିର ପରିସରେ ଅନୁଷ୍ଠିତ ହେଇଯାଇଛି ।ଏହି ବୈଠକର ମୁଖ୍ୟ ଆଲୋଚନା ବିଷୟ ୨୦୨୪ ସାଧାରଣ ନିବାର୍ଚନ ରେ ସଫଳତା ପାଇବାକୁ ହେଲେ ଏବେଠୁ ହିଁ ସଂଗଠନକୁ ତୃଣମୂଳ ସ୍ତରରେ ସୃଦୃଢ କରିବାକୁ ପଡିବ । ବିରେଧୀ ବିଜେଢିକୁ ଧୈର୍ଯ୍ୟ ଏବଂ ନିଷ୍ଠାର ସହ ସାଂଗଠନିକ କାର୍ଯ୍ୟ ସମ୍ପାଦନ କଲେ ବିଜୟ ସୁନିଶ୍ଚିତ । ଏହି ଆୟୋଜିତ ବୈଠକରେ ବିଭିନ୍ନ ମଣ୍ଡଳର ପ୍ରମୁଖସହ ପ୍ରମୁଖ ପ୍ରଭାରୀ ଓ ମଣ୍ଡଳ ସଭାପତିମାନେ ଉପସ୍ଥିତ ଥିଲେ । କେନ୍ଦ୍ର ସରକାରଙ୍କ ଜନକଲ୍ୟାଣ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଓ ସମସ୍ତେ ଏକାଠି ହେଇ ସଂଗଠନ କୁ ସୁଦୃଢ଼ କରିବା ଲାଗି କରିବା ଉପରେ ବୈଠକ ଉପସ୍ଥିତ ଥିବା ନେତାମାନେ ମଣ୍ଡଳ ସଭାପତି ଉପସ୍ଥିତ ଥିବା କର୍ମୀ ମାନକୁ ଗୁରୁମନ୍ତ୍ର ଦେଇଥିଲେ । ଏଥି ସହ ରାଷ୍ଟ୍ରୀୟ ଅଧ୍ୟକ୍ଷ କେ,ପି ନଡାଙ୍କ ଓଡିଶା ଗସ୍ତ କାର୍ଯ୍ୟକ୍ରମ ଉପରେ ଆଲେଚନା କରାଯାଇଥିଲା । ବିଜେପି ଘୁମୁସର ଜିଲ୍ଲା ସଭାପତି ଗୋକୁଳା ନନ୍ଦ ମଲ୍ଲିକ ,ଜୟନ୍ତୀ ପଢିଆରୀ,ଜିଲ୍ଲା ଉପସଭାପତି ଅଯୋଧାନାଥ ମହାପାତ୍ର,ମାଧବ ଗୈାଡ,କୃଷ୍ଣ ଗୈାଡ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଦ୍ୟୁମ୍ନ ନାୟକ,ବରିଷ୍ଠ ନେତା ବିନାୟକ ତ୍ରିପାଠୀ,ସନ୍ତୋଷ ତିଆଡ଼ି, କବିରାଜ ବେହେରା,ନିଳାଞ୍ଚଳ ଖିଲାର,ସନ୍ତୋଷ ପାଳ,ରବିନ୍ଦ୍ର କୁମାର ଗୈାଡ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୮/୯/୨୦୨୨---୯,୪୫ Sakhigopal News,28/9/2022