ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ନିର୍ବାଚନ ମଣ୍ଡଳୀ ଗସ୍ତ
ନୟାଗଡ--- ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ପ୍ରତ୍ୟେକଦିନ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳକୁ ଗ୍ରସ୍ତ କରି ଲୋକଙ୍କ ପାଖେ ପହଞ୍ଚିଥାନ୍ତି । ବର୍ତମାନ ପାର୍ବଣ ର ଋତୁ ଚାଲିଥିବା ବେଳେ ବିଭିନ୍ନ ଗ୍ରାମରେ ପୂଜା ଅନୁଷ୍ଟିତ ହେବା ସହ ସାଂସ୍କୃତିକ କାର୍ୟ୍ୟକ୍ରମ ମଧ୍ୟ ଆୟୋଜନ ହେଉଛି । ଏହି କାର୍ଯ୍ୟକ୍ରମ ଗୁଡ଼ିକ ରେ ମୁଖ୍ୟ ଅତିଥି ରୂପେ ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଉଥିବା ର ଦେଖାଯାଇଛି । ଦଶପଲ୍ଲା NAC ଅଧିନସ୍ଥ ହରିଡା ବାଡି ଗ୍ରାମ ର ୧୦ ନଂ ୱାର୍ଡ ଠାରେ ରାଜ ମିସ୍ତ୍ରୀ ମାନଙ୍କ ଦ୍ଵାରା ଦେବଶିଳ୍ପୀ ବିଶ୍ଵକର୍ମା ଙ୍କ ପୂଜା ଅବସର ରେ ଲୋକ ମାନଙ୍କ ମନୋରଞ୍ଜନ ପାଇଁ ଏକ ମେଲୋଡ଼ି କାର୍ୟ୍ୟକ୍ରମ ଅନୁଷ୍ଟିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ବିଧାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । ନୟଗଡରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୨୧/୯/୨୦୨୨----୬,୫୫ Sakhigopal News,21/9/2022