ସାକ୍ଷୀଗୋପାଳରେ ବିଭିନ୍ନ ସ୍ଥାନରେ ବିଶ୍ୱକର୍ମାଙ୍କ ପୂଜା
ସାକ୍ଷୀଗୋପାଳ---- ସାକ୍ଷୀଗୋପାଳରେ ବିଭିନ୍ନ ସ୍ଥାନରେ ମହାଆଡମ୍ବର ସହକାରେ ବିଶ୍ୱକର୍ମାଙ୍କ ପୂଜା ପାଳିତ ହୋଇଯାଇଛି । ବିଶେଷ କରି ସାକ୍ଷୀଗୋପାଳ ବିଦ୍ୟୁତ ବିଭାଗ, ସାକ୍ଷୀଗୋପାଳ ବସଷ୍ଟାଣ୍ଡର ବାଟ ମହାବୀର ଅଟୋ ଆସୋସିଏସନ, ଅଳଗୁମ ଅଟୋ ଷ୍ଟାଣ୍ଡ, ଘଟୁଆରୀ ସମିଲ ସହିତ ବିଭିନ୍ନ ୱାର୍କସଫ ମାନଙ୍କରେ ବିଶ୍ୱକର୍ମା ପୂଜା ପାଳିତ ହୋଇଯାଇଛି । ଏହି ଅବସରରେ ପୂଜାଯଜ୍ଞର ଆୟୋଜନ କରାଯାଇଥିଲା । ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୭/୯/୨୦୨୨---୬,୪୦
Sakhigopal News, 17/8/2022