Breaking News

ସାକ୍ଷୀଗୋପାଳ ମନ୍ଦିର ପୁରୀ ମନ୍ଦିର ପରି ଝଲସିବ; ସହଯୋଗ କରିବା ପାଇଁ ସେବାୟତଙ୍କୁ କହିଲେ ଜିଲ୍ଲାପାଳ



ସାକ୍ଷୀଗୋପାଳ ----   ପୁରୀ ମନ୍ଦିର ପରିଝଲସି ଉଠିବ ସାକ୍ଷୀଗୋପାଳ ମନ୍ଦିର । ସମସ୍ତେ ସହଯୋଗ କରିବାକୁ ଜିଲ୍ଲାପାଳ ସମର୍ଥ ବର୍ମା ଗୁରୁବାର ଦିନ ସାକ୍ଷୀଗୋପାଳ ମନ୍ଦିର ପରିଦର୍ଶନ କରି ସେବାୟତ ମାନଙ୍କ ସହିତ ଆଲେଚନା କରିବା ସହ ସହଯୋଗ କରିବାକୁ କହିଛନ୍ତି ।  ବିଶେଷ କରି ସାକ୍ଷୀଗୋପାଳ ମନ୍ଦିର ଚତୁପାଶ୍ୱର୍ ଉନ୍ନତି, ବକୁଳବନ, ପଞ୍ଚସଖା ସମାଧିପୀଠ, ପାଠାଗାର, ସିଦ୍ଧବକୁଳପୀଠ ସହିତ ଅନ୍ୟ ପ୍ରକଳ୍ପ ବିସୟରେ ଆଲେଚନା କରାଯାଇଥିଲା । ଏ ସମ୍ପର୍କରେ ବିଧାୟକ, ଜଣସାଧାରଣ, ସେବାୟତ ମାନଙ୍କ ସହିତ ବିଭିନ୍ନ ପର୍ଯ୍ୟାୟରେ ଆଲେଚନା କରାଯାଇ ପ୍ରକଳ୍ପ ଗୁଡିକ ସ୍ଥିର କରାଯିବ ବୋଲି ଜିଲ୍ଲାପାଳଙ୍କ ଠାରୁ ସୁଚନା ମିଳିଛି । ସେବାୟତ ମାନଙ୍କୁ ଥଇଥାନ ସହିତ ବ୍ୟବସାୟୀ ମାନଙ୍କୁ ମାର୍କେଟ କମ୍ଳେସ କରାଯାଇ ସେଠାରେ ଥଇଥାନ କରାଯିବ । ଏହି ପ୍ରକଳ୍ପ ଗୁଡିକର କାର୍ଯ୍ୟ ଓବିସି ନେବ ବୋଲି ଜଣାପଡିଛି । ଏହି ଆଲେଚନାରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଡେପୁଟି କଲେକ୍ଟର କ୍ଷୀରୋଦ କୁମାର ବେହେରା, ତହସିଲଦାର ଜୟନ୍ତ କୁମାର ଜୟସିଂ, ଓଡିଶା ସେତୁ ନିର୍ମାଣ ନିଗମ  ନିର୍ବାହୀଯନ୍ତ୍ରୀ ସୁନ୍ଦର ମାଧବ ପାଢ଼ି, ସହକାରୀ ନିର୍ବାହୀଯନ୍ତ୍ରୀ ଗିରିଜା ଶଙ୍କର ନାୟକଙ୍କ ସହିତ ସାକ୍ଷୀଗୋପାଳ ମନ୍ଦିରର ସେବାୟତ ସଂଘର ସମ୍ପାଦକ ବିଜୟ ନନ୍ଦ, ସୁପରଭାଇଜର ବିଶ୍ୱନାଥ ମହାପାତ୍ର, ସେବାୟତ କିଶୋରଚନ୍ଦ୍ର ମହାପାତ୍ର, ଶୁଭଦର୍ଶୀ ମହାପାତ୍ର, ଜିତେନ୍ ମହାପାତ୍ର ,ଜୟପୁର ସରପଞ୍ଚଙ୍କ ପ୍ରତିନିଧି ଦେବଦତ୍ତ ସାମନ୍ତରାୟଙ୍କ ସହିତ ସେବାୟତ ସଂଘର କର୍ମକର୍ତ୍ତା ଓ ଅନ୍ୟ ସେବାୟତ ମାନେ ଅଲେଚନା ସମୟରେ ଉପସ୍ଥିତ ରହିଥିଲେ । 

ସାକ୍ଷୀଗୋପାଳ ଧୀରେନ୍ଦ୍ର ସେନାପତି, ୧/୯/୨୦୨୨---   Sakhigopal News,1/9/2022

Blog Archive

Popular Posts