Breaking News

ନୟାଗଡ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିରରେ ଅବ୍ୟବସ୍ଥା




ନୟାଗଡ---ନୟାଗଡ ଜିଲ୍ଲାର ରଣପୁର ବ୍ଲକରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର ଅବ୍ୟବସ୍ଥା ମଧ୍ୟରେ ଅନୁଷ୍ଠିତ ହୋଇଥିବାର ଦେଖା ଯାଇଛି।ଫଳରେ ଶିବିରକୁ ଆସିଥିବା ବହୁ ହିତାଧିକାରୀ ମାନେ ହୀନସ୍ଥା ହୋଇଛନ୍ତି। ରଣପୁର ବିଡ଼ିଓଙ୍କ ପ୍ରକୋଷ୍ଠରେ ସାଢ଼େ ଦଶଟା ରେ ଜିଲ୍ଲାପାଳପୋମା ଟୁଡୁଙ୍କ ତତ୍ୱାବଧାନ ରେ ଶିବିର ଅନୁଷ୍ଠିତ ହୋଇଥିଲା । ତେବେ ସମଗ୍ର ବ୍ଲକର37ଟି ପଞ୍ଚାୟତ ରୁ ୨୫୦ ରୁଅଧିକ ହିତାଧିକାରୀ ନାନା ସମସ୍ୟା ନେଇ ଅଭିଯୋଗ ଶୁଣାଣିରେ ଯୋଗ ଦେଇଥିଲେ।ବର୍ଷାରେ ଭିଜିବା ପରେ ମଧ୍ୟାହ୍ନ ସାଢ଼େ12ଟାରେ ପ୍ରବଳ ଖରାରେ ଲୋକେ ସମାଗମ ହୋଇଥିଲେ। ହେଲେ ସେମାନଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଇ ନଥିବାରୁ ସେମାନେ ହଇରାଣ ହୋଇଥିବା ଅଭିଯୋଗ କରିଛନ୍ତି।ବିଶେଷ କରି ପିଇବା ପାଣି, ଦୂରଦୂରାନ୍ତରୁ ଆସିଥିବା ହିତାଧିକାରୀଙ୍କ ପାଇଁ ଖାଦ୍ୟ ଆଦି କୌଣସି ବ୍ୟବସ୍ଥା ହୋଇ ନଥିବାରୁ ଭୋକ ଉପାସରେ ଅନେକ ହିତାଧିକାରୀସମୟ ଅଭାବରୁ ଅଭିଯୋଗ କରି ନ ପାରି ଘରକୁ ଫେରି ଛନ୍ତି।ତେବେ ଆବାସ ଯୋଜନା,ଖାଦ୍ୟ ସୁରକ୍ଷା, ରାସ୍ତାଘାଟ ଆଦି ସମସ୍ୟା ସମ୍ପର୍କିତ223ଟି ଅଭିଯୋଗ ହୋଇଥିଲା।ଅନ୍ୟ ମାନଙ୍କ ମଧ୍ୟରେପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାୟ, ବିଡ଼ିଓ ଜୋତିପ୍ରକାଶ ସେଠି ଓ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।
ନୟଗଡରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୪/୯/୨୦୨୨---୬,୪୫ Sakhigopal News,14/9/2022

Blog Archive

Popular Posts