Breaking News

ଭେଡେନ ବ୍ଲକ ର ବିଭିନ୍ନ ଅଞ୍ଚଳ ପରିଦର୍ଶନ କଲେ ଜିଲ୍ଲାପାଳ


ବରଗଡ଼--- ବରଗଡ ଜିଲ୍ଲାପାଳ ମନୀଷା ବାନାର୍ଜୀ ଆଜି ଭେଡେନ ବ୍ଲକ ର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ । ୫ଟି ରେ ସାମିଲ ହୋଇଥିବା ବାମଦେବ ପାଢୀ ଉଚ୍ଚ ବିଦ୍ୟାଳୟ ଝରାପାଲି ଓ ଆଞ୍ଚଳିକ ଶ୍ରମ ଉଚ୍ଚ ବିଦ୍ୟାଳୟ ଚିଞ୍ଚଡା ଯାଇ ନିର୍ମାଣ ସଂପର୍କରେ ବିଦ୍ୟାଳୟ ର ଶିକ୍ଷକ ଓ ଅଧିକାରୀ ମାନଙ୍କସହ ଆଲୋଚନା କରିଥିଲେ। ଏହି ସମୟରେ ଭେଡେନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଘୁନାଥ ପାଣିଗ୍ରାହୀ, ଏଇ ଦର୍ଶନ କୁମାର ପୁରୋହିତ ଓ ଜେଇ କୁଶନ୍ତିନୀ ପିଙ୍କ ଉପସ୍ଥିତ ରହିଥିଲେ । ବାମଦେବ ପାଢୀ ଉଚ୍ଚ ବିଦ୍ୟାଳୟ, ଝରାପାଲି ଠାରେ ଜିଲ୍ଲାପାଳ ମନୀଷା ବାନାର୍ଜୀ ପରିଚାଳନା କମିଟୀ ର ସଦସ୍ୟ ସୁବ୍ରତ କୁମାର ଚାନ୍ଦ ଙ୍କ ବିଦ୍ୟାଳୟ ର ଅଭାବ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୬/୯/୨୦୨୨----୮,୧୦ Sakhigopal News,16/9/2022

Blog Archive

Popular Posts