Breaking News

ବାପା’ମା ସେବାଶ୍ରମ ପରିସରରେ ସ୍ୱାସ୍ଥ୍ୟକର୍ମିଙ୍କୁ ସମ୍ବର୍ଦ୍ଧନା



ଜଟଣୀ,------ ଜଟଣୀବ୍ଲକ ଅନ୍ତର୍ଗତ ବେଣାପଞ୍ଜୁରୀ ପଞ୍ଚାୟତ ରାଣୀପୁରଠାରେ ଥିବା ବାପା’ମା ସେବାଶ୍ରମ ପରିସରରେ  ସ୍ୱାସ୍ଥ୍ୟକର୍ମିିଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ବରଗଡ ଜିଲା ରେମଣ୍ଡା ଗ୍ରାମର ସମାଜସେବୀ ତଥା ସ୍ୱାସ୍ଥ୍ୟକର୍ମି କମଳଲୋଚନ କଲେତ ଓ ତାଙ୍କ  ଧର୍ମପତ୍ନୀ ଲକ୍ଷ୍ମିମୟୀ କଲେତଙ୍କୁ ଉଲେଖନୀୟ ସମାଜସେବାଲାଗି ବିଭିନ୍ନ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଛି । ବାପା’ମା ସେବାଶ୍ରମର ପ୍ରତିଷ୍ଠାତା ଗୈାତମ ମହାରଣାଙ୍କ ତତ୍ୱାବଧାନରେ ଏହି ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଜନ ଅଧିକାର ସଂଘ (ଓଡିଶା ଶାଖା)ର ବାସୁଦେବ ସେଠୀ ଓ ହବିବୁର ରେହେମାନ,  ବିଶ୍ୱକର୍ମା ସଂଗଠନ ଓ  ବାପା ମା ସେବାଶ୍ରମ ପକ୍ଷରୁ ଗୋପବନ୍ଧୁ ସେବା ସମ୍ମାନ  ପ୍ରଦାନ କରାଯାଇଥିଲା । ସେହିପରି ସମାଜସେବୀ ଡାକ୍ତର ରାକେଶଚନ୍ଦ୍ର କଲେତଙ୍କୁ ମଧ୍ୟ ଅନୁରୁପଭାବେ ସମ୍ବର୍ଦ୍ଧନା କରାଯାଇଥିଲା । ଏହି ଅବସରରେ ବାପା ମା ସେବାଶ୍ରମ ପରିସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା ।  ବାସୁଦେବ ସେଠୀ, ହବିବୁର ରେହେମାନ, ଲକ୍ଷ୍ମୀଧର ମହାରଣା, ରଶ୍ମିତା କୁମାରୀ ପାଢୀ, ଜ୍ୟୋତି ମହାରଣା, ସନ୍ତୋଷି ଜାଲି.ରୋହୀତ ଓଝା, ଅକ୍ଷାଂଶୁ ଶେଖର ନାୟକ, ମାନସ ସ୍ୱାଇଁ, ସୁରେନ୍ଦ୍ର ଜେନା ପ୍ରମୁଖ  କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । 

ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିର୍ପୋଟ, ୨୪/୯/୨୦୨୨—୧୦/୪୦     

Sakhigopal News, 23/9/2022


Blog Archive

Popular Posts