Breaking News

୬୦ ଲିଟର ଦେଶୀ ମଦ ସହ ସ୍କୁଟି ଓ ବେପାରୀ ଗିରଫ



ସାକ୍ଷୀଗୋପାଳ---- ପୁରୀ ଅବକାରୀ ଥାନା ଅଧିକାରୀଙ୍କ ତତ୍ୱବଧାନରେ ଏକ ଟିମ ପୁରୀ- କୋର୍ଣାକ ରାସ୍ତାର ବିପଡାର ତାରେଣିଛକ ନିକଟରେ ଚଡାଉ କରି ୬୦ ଲିଟର ଦେଶୀ ମଦ ଜବତ କରିବା ସହ ଏକ ଚୋରା ସ୍କୁଟି ଓ ବେପାରୀକୁ  ଗିରଫ କରିବାରେ ସଫଳ ହୋଇଛନ୍ତି ।  ମଦ ନେଇକି ଯାଉଥିବା ଯୁବକଙ୍କର ଘର ସତ୍ୟବାଦୀ ଥାନା ଅନ୍ତର୍ଗତ ସାଣ୍ଢରାଶାସନ ଗ୍ରାମ ପଞ୍ଚାୟତର ଷୋଳଘର ଗ୍ରାମର ପବିତ୍ର ବେହେରା(୩୦)ଙ୍କୁ ଅବକାରୀ ପୋଲିସ ଗିରଫ କରିଛି । ତାଙ୍କ ନାମରେ୧୧୪/୨୨ରେ ଏକ ମାମଲା ରୁଜ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୪/୯/୨୦୨୨---୫,୪୦  

  Sakhigopal News, 24/9/2022

Blog Archive

Popular Posts