Breaking News

ଭାଉଜ କୁ ମାଡ ଅଭିଯୋଗରେ ଦିଅର ଜେଲ ଗଲେ


ଭଞ୍ଜନଗର--ତାରସିଂ ଥାନା ଗାଲେରୀ ଫାଣ୍ଡି ଅନ୍ତର୍ଗତ ବ୍ରହୁାଣପଦର ଗ୍ରାମର ଟୁକୁନା ବେହେରା  ଭାଉଜ ସବିତା ବେହେରାଙ୍କୁ ମାଡ ମାରିବା ନେଇ ଭାଉଜ ସବିତା  ତାରସିଂ ଥାନାରେ ଟୁକୁନା ବିରୁଦ୍ଧରେ ଲିଖିତ ଅଭିଯୋଗ କରିଛନ୍ତି ।  ଅଭିଯୋଗକୁ ଭିତ୍ତି ତାରସିଂ ଥାନା କେସନଂ ୩୦୨ରେ ମାମଲା ରୁଜୁ କରି ଦିଅର ଟୁକୁନାକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି  ତାରସିଂ ଥାନା ଅଧିକାରୀ ପ୍ରଦିପ୍ତ କୁମାର ଦାଶ ଓ ଗାଲେରୀ ଫାଣ୍ଡି ଅଧିକାରୀ ଭାଗୀରଥି ନାୟକ ସୁଚନା ଦେଇଛନ୍ତି । ମଙ୍ଗଳବାର ଅପରାହ୍ନରେ ଭାଉଜ ଗାଧେଇ ଆସି ଘର ସାମାନାରେ ଠିଆ ହେଇଥିବା ବେଳେ ଦିଅର କୈଣସି କାରଣକୁ ନେଇ ଦୁହେଁଙ୍କ ମଧ୍ୟରେ ପାଟିତୁଣ୍ଡହେବା  ପରେ ଦିଅର ଟୁକୁନା ଉତକ୍ଷିପ୍ତ ହେଇ ଭାଉଜକୁ ମାଡ ମାରିବାରୁ ଭାଉଜ ତଳେ ପଡିଯାଇଥିଲେ । ଏହି ଘଟଣାକୁ ନେଇ ଭାଉଜ ଦିଅର ବିରୁଦ୍ଧରେ ତାରସିଂ ଥାନାରେ ଅଭିଯୋଗ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୮/୯/୨୦୨୨---୯,୫୫ Sakhigopal News,28/9/2022

 

Blog Archive

Popular Posts