Breaking News

ବଡନଦୀରୁ ବୃଦ୍ଧ ଙ୍କ ମୃତଦେହ ଉଧାର




ଭ୍ଞ୍ଜନଗର - ବେଲଗୁଣ୍ଠା ଥାନା ଅନ୍ତର୍ଗତ ବଡନଦୀରେ ଭାସିଯାଇଥିବା ବୃଦ୍ଧ ଙ୍କ ମୃତଦେହ କୁ ଉଧାର କଲା ପୋଲିସ । ମୃତକ , ନୂଆଗାଁ ର ହରି ପ୍ରଧାନ । ଶୁକ୍ରବାର ଦିନ ଗାଧୋଇବାକୁ ଯାଇ ନଦୀରେ ଭାସିଯାଇଥିଲେ । ଏନେଇ ଖୋଜାଖୋଜି କରାଯିବା ପରେ ମଧ୍ୟ ତାଙ୍କର କୈାଣସି ସନ୍ଧାନ ମିଳିନଥିଲା । ଶନିବାର ଅପରାହ୍ନରେ ବଡନଦୀରେ ତାଙ୍କର ମୃତଦେହ ଭାସୁଥିବା ଖବର ପାଇ  ଘଟଣା ସ୍ଥଳରେ ବେଲଗୁଣ୍ଠା ଥାନା ପୋଲିସ ପହଞ୍ଚି ମୃତଦେହ କୁ ଉଦ୍ଧାର କରିଥିଲା । ଏନେଇ  ଥାନା କେଶ୍ ନଂ- ୨୨/୨୨ ରେ ଏକ ମାମଲା ରୁଜୁ କରିଛି।   ତଦନ୍ତକାରୀ ଅଧିକାରୀ ଏସ୍ ଆଇ ନାରାୟଣ ନାୟକ ଘଟଣାର ଅନୁସନ୍ଧାନ କରିବା ସହ ମୃତଦେହ କୁ ଜବତ କରିଛନ୍ତି ।  ବ୍ୟବଛେଦ ପାଇଁ ମୃତଦେହ ପଠାଯାଇଥିବା ବେଳେ  ରବିବାର ଦିନ ବ୍ୟବଛେଦ କରାଯିବ ବୋଲି  ଥାନାଧିକାରୀ ପ୍ରକାଶ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୭/୯/୨୦୨୨---୮,୪୦ Sakhigopal News,17/9/2022

Blog Archive

Popular Posts