ପାଣି ପାଇପି ପକାଇବା ନାମରେ ରାସ୍ତା ଖୋଳି ଦେଲେ ମରାମତି କଲେ ନାହିଁ
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ସାକ୍ଷୀଗୋପାଳ- ସାରଙ୍ଗଯୋଡି ରାସ୍ତାର ବିଶ୍ୱନାଥପୁର ଗ୍ରାମ ଛକରେ ଏବେ ରାସ୍ତା ମରଣଯନ୍ତ୍ା ସାଜିଛି । ସୁଚନାଯୋଗ୍ୟ ଯେ ମେଗା ପାନୀୟ ଜଳ ପ୍ରକଳ୍ପ ସରିବାର ଏକ ବର୍ଷ ପରେ ମଧ୍ୟ ପାଇପି ବିଛା କାମ ଚାଲିଛି । ରାସ୍ତାର ବିଶ୍ୱନାଥପୁର ଗ୍ରାମକୁ ଯିବା ରାସ୍ତାରେ ପାନୀୟ ଜଳ ପ୍ରକଳ୍ପ କାମ ନେଇଥିବା ଏଲଆଣ୍ଡଟି କମ୍ପାନୀ ଗାତ ଖୋଳି ପାଇପି ପକାଇ ଦେବା ପରେ କେବଳ ମାଟି ପକାଇ ଗାତ ମୁଜି ଦେଲା । ଲଘୁଚାପ ଜନିତ ବର୍ଷା ଯୋଗୁ ମାଟି ଗୁଡିକ ଦବି ଯାଇଛି । ଯାହାକି ଲୋକମାନେ ଓ ବିଭିନ୍ନ ଗାଡି ଗୁଡିକ ଏହି ରାସ୍ତାରେ ଯିବା ଆସିବା କରିବା କଷ୍ଟକର ହୋଇପଡିଛି । ଏପରିକି ରାତ୍ର ସମୟରେ ନଜାଣିଥିବା ଲୋକମାନେ ବା ବାହାରୁ ଆସୁଥିବା ମଟର ସାଇକେଲ ଆରୋହୀ ମାନେ ଏହି ଖାଲରେ ପଡି ମେଡିକାଲ ଯାଉଛନ୍ତି । ଏହି ରାସ୍ତାଟି ପୂର୍ତ୍ତ ବିଭାଗ ଅଧୀନରେ ରହିଛି । ସେମାନଙ୍କୁ କହିଲେ ସେମାନେ କହନ୍ତି ଆମ ରାସ୍ତା ଏଲଆଣ୍ଡଟି କମ୍ପାନୀ ଖୋଳି ଦେଲା ସେ କାମ କରିବ । ସେମାନଙ୍କୁ କହିଲେ ସେମାନେ କହୁଛନ୍ତି ଆମେ ରାସ୍ତା ଖୋଳିକି ପାଇପି ପକାଇ ଦେବୁ ମରାମତି କାମ ଆମର ନୁହେଁ । ଏଣୁ କିଏସେ କାମ କରିବ ତାହା ତୁରନ୍ତ ଜିଲ୍ଲାପାଳ ନିସ୍ପତି ନିଅନ୍ତୁ ନଚେତ ଆଗାମୀ ଦିନରେ ଏହି ରାସ୍ତାକୁ ନେଇ ଏକ ରାସ୍ତାରୋକ ହେବ ବୋଲି ବିଶ୍ୱନାଥପୁର ଗ୍ରାମର କିଛି ଯୁବକ ମାନେ ସୁଚନା ଦେଇଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୮/୯/୨୦୨୨---୮,୪୦
Sakhigopal News, 28/9/2022