Breaking News

୫ଟି ବିଦ୍ୟାଳୟ ସୁପରିଚାଳନା ପାଇଁ ବୈଠକ


 ବରଗଡ଼--- ବରଗଡ ଜିଲ୍ଲା ଭେଡେନ ବ୍ଲକ ସଭାଗୃହ ଠାରେ ଭେଡେନ ବ୍ଲକ ୫ଟି ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ, ସି ଆର ସି ସି ଓ ଏସ ଏନ ଓ ମାନଙ୍କୁ ନେଇ ଏକ ସମିକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଭେଡେନ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଘୁନାଥ ପାଣିଗ୍ରାହୀ ଯୋଗ ଦେଇଥିଲେ। ଏହି ସମୟରେ ଭେଡେନ ବ୍ଲକ ଶିକ୍ଷା ଅଧିକାରୀ ମଛିନ୍ଦ୍ର ମଲ୍ଲିକ ଏହି ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଓ ୫ଟି ଉଚ୍ଚ ବିଦ୍ୟାଳୟ ର ସମସ୍ତ ବିଷୟ ରେ ପୁଙ୍ଖାନୁପୁଙ୍ଖ ବକ୍ତବ୍ୟ ରଖିଥିଲେ । ଏହି ସମୟରେ ବରଗଡ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ ଯୋଗ ଦେଇଥିଲେ ।ଏହା ସହିତ ଭେଡେନ ବ୍ଲକ ଆସିଷ୍ଟାଣ୍ଟ ଇଂଜିନିୟର ଦର୍ଶନ କୁମାର ପୁରୋହିତ , ଅତିରିକ୍ତ ଶିକ୍ଷା ଅଧିକାରୀ ହେମବତୀ ମେହେର ଉପସ୍ଥିତ ରହିଥିଲେ । ପରିଶେଷରେ ସୂର୍ଯ୍ୟମଣି ଜନତା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବନମାଳୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୧/୯/୨୦୨୨---୬,୫୫ Sakhigopal News,21/9/2022

Blog Archive

Popular Posts