Breaking News

ଗରୀବର ବନ୍ଧୁ ନାରାୟଣ ନାୟକଙ୍କ ଅକାଳ ବିୟୋଗ ।



ଭଞ୍ଜନଗର-ଜଗନ୍ନାଥପ୍ରସାଦ ବ୍ଳକ ରୁଢାପଦର ପଞ୍ଚାୟତ ଅନ୍ତର୍ଗତ କଦଳୀଗଡ ବାସିନ୍ଦା ନାରାୟଣ ନାୟକଙ୍କ ଆକସ୍ମିକ ବିୟୋଗ ହୋଇଛି। ଅସହାୟ ତଥା ଗରୀବଙ୍କ ବନ୍ଧୁ ଭାବେ ସେ ସ୍ଥାନୀୟ ଅଞ୍ଚଳରେ ବେଶ୍ ପରିଚିତ ଥିଲେ ।  ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ  ତାଙ୍କୁ ସ୍ଥାନୀୟ ତାରାସିଙ୍ଗି ଡାକ୍ତରଖାନା ରେ ଭର୍ତ୍ତି ହୋଇଥିଲେ । ହେଲେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା କୁହାଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା । ସେ ସ୍ଥାନୀୟ ବିଜୁଜନତା ଦଳର ଜଣେ ସକ୍ରୀୟ କର୍ମୀ ଥିଲେ । ସ୍ଥାନୀୟ ଅଞ୍ଚଳର ଗରୀବ ଓ ଅସହାୟ ଙ୍କ ସମସ୍ୟା ଖବର ପାଇଲେ , ତାଙ୍କ ପାଖରେ ପହଞ୍ଚିଯାଉଥିଲେ । ଯଥାସମ୍ଭବ ସେମାନଙ୍କୁ ସାହାଯ୍ୟ କରୁଥିଲେ । ତାଙ୍କରି ବିୟୋଗରେ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଓ ଜନସାଧାରଣଙ୍କ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି । ଏହାସହ ଜଗନ୍ନାଥପ୍ରସାଦ ବ୍ଳକ ର ବରିଷ୍ଠ ସମାଜସେବୀ ,ଗଞ୍ଜାମ ଜିଲ୍ଲା ବିଜେଡି ସାଧାରଣ--ସମ୍ପାଦକ ତଥା କନ୍ଧମାଳ ସାଂସଦ ଙ୍କ ଜଗନ୍ନାଥପ୍ରସାଦ ବ୍ଳକ ପ୍ରତିନିଧି ବିପ୍ରଚରଣ ବାରିକ ରୁଡାପଦର ସରପଞ୍ଚ ବିନୋଦ କୁମାର ଯାନି,ସମିତି ସଭ୍ୟ ନାୟକ,ଗାୟାଗଣ୍ଡା ପୂର୍ବତନ ସରପଞ୍ଚ ବୁଲୁ ପାତ୍ର,ରଞ୍ଜିତ୍ ପ୍ରଧାନ,ଆକୁଳ ସେଠୀ,ସୌମ୍ୟ ରଞ୍ଜନ ମିଶ୍ର,ଅମିୟ କୁମାର ସ୍ବାଇଁ,ବିଡିପୁରୁ ସରପଞ୍ଚ ପ୍ରତିନିଧି ଶିଶିର କାନ୍ତ ସାହୁ,ଅନୂପ ଭୂୟାଁ  ସମେତ ବହୁ ବିଜେଡ଼ି କର୍ମ ଉପସ୍ଥିତ ରହି ଶୋକପ୍ରକାଶ କରିବା ସହ , ସ୍ବର୍ଗତ ନାୟକଙ୍କ  ଶୋକସନ୍ତପ୍ତ ପରିବାର ଙ୍କୁ ସମବେଦନା ଜଣାଇଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୨/୯/୨୦୨୨----୮,୫୦ Sakhigopal News ,22/9/2022

Blog Archive

Popular Posts