Breaking News

ରାସ୍ତା ସଜାଡିବା ପାଇଁ ପିଲାମାନେ ବ୍ଳକ ଅଧ୍ୟକ୍ଷ ଓ ବିଡିଓଙ୍କୁ ଚିଠି ମାଧ୍ୟମରେ ଜଣାଇଲେ


ସାକ୍ଷୀଗୋପାଳ ---- ସତ୍ୟବାଦୀ ବ୍ଳକର ଶୁକଳ ଗ୍ରାମ ପଞ୍ଚାୟତର ଗୁଆଳିପାରୀ ଗ୍ରାମରାସ୍ତା ଏବେ ମରଣଯନ୍ତା ସାଜିଛି । ଯେଉଁଠି ଗ୍ରାମର ମୁରବି ମାନେ ଫେଲ ମାରିବା ପରେ ଗ୍ରାମର ପ୍ରାୟ ଶହେରୁ ଅଧିକ ପିଲାମାନେ ଏକ ଦରଖାସ୍ତ ଲେଖି ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ଓ ବିଡିଓଙ୍କୁ ରେଜେଷ୍ଟି ଡାକ ଯୋଗେ ଅଭିଯୋଗ ପତ୍ର ପଠାଇଥିବା ଜଣାପଡିଛି । ଏହି ଅଭିଯୋଗ ପତ୍ରରେ ସେ ଉଲ୍ଲେଖ କରିଛନ୍ତି ଯେ ତାଙ୍କ ଗ୍ରାମର ଏକମାତ୍ର ରାସ୍ତା ଏବେ ଖାଲଖମାରେ ପରିପୂର୍ଣ୍ଣ ହୋଇପଡିଛି । ଯାହାକି ସ୍କୁଲକୁ ଯିବା ସମୟରେ ପିଲା ମାନେ ରାସ୍ତାରେ ପଡି ଖଣ୍ଡିଆ ଖାବେରା ହେଉଛନ୍ତି । ସେମାନଙ୍କ ଗ୍ରାମକୁ ଏକମାତ୍ର ରାସ୍ତା ଥିବାରୁ ଗମନା ଗମନିରେ ବହୁ ଅସୁବିଧା ହେଉଛି ବୋଲି ଅଭିଯୋଗରେ ଜଣାଇଛନ୍ତି । ଅନେକ ଦିନ ହେବ ଏହି ରାସ୍ତାରେ ଟଙ୍କା ଖର୍ଚ୍ଚ କରାଯାଇନାହିଁ । ଯାହା ଫଳରେକି ଲଘୁଚାପ ଜନିତ ବର୍ଷାରେ ରାସ୍ତାର ଅବସ୍ଥା ସମ୍ପୁର୍ଣ୍ଣ ବିଗିଡିଯାଇଛି । ଅନେକ ଥର ଗ୍ରାମର ମୁରୁବି ମାନେ ଅଭିଯୋଗ କରିବା ପରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ ନ ହେବାରୁ ଶେଷରେ ଗ୍ରାମର ସମସ୍ତ ବିଦ୍ୟାଳୟର ପିଲାମାନେ ତଥା ଶୁଭଙ୍କର ମୁଦୁଲି, ସାଇରାମ ସେନାପତି, ଅଭିମନ୍ୟୁ ମାଛୁଆ, ସ୍ୱୟଂପିୟା ମାଛୁଆ, ପିୟଦର୍ଶନୀ ପ୍ରଧାନ, ଶ୍ରଦ୍ଧାଞ୍ଜଳି ପ୍ରଧାନ ଓ ଆଦିତୀୟ ମଲ୍ଲିକ ପ୍ରମୁଖ ଦସ୍ତଖତ କରି ଏହି ଅଭିଯୋଗ କରିଥିବା ଜଣାପଡିଛି । ଦେଖାଯାଉ ଏହି ଅଭିଯୋଗ ପାଇବା ପରେ ବ୍ଳକ ପ୍ରଶାସନ କ’ଣ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୫/୯/୨୦୨୨---୫,୧୦  Sakhigopla News, 15/9/2022

Blog Archive

Popular Posts