ଖୋର୍ଦ୍ଧା ରୋଡ଼ ମଣ୍ଡଳ ଦ୍ୱାରା “ସ୍ଵଚ୍ଛତା ପଖୱ।ଡା” ପାଳିତ
ଜଟଣୀ ---ଖୋର୍ଦ୍ଧା ରୋଡ଼ ମଣ୍ଡଳ 16 ସେପ୍ଟେମ୍ବରରୁ 30 ସେପ୍ଟେମ୍ବର 2022 ପର୍ଯ୍ୟନ୍ତ “ସ୍ଵଚ୍ଛତା ପଖୱ।ଡା” ପାଳନ କରୁଛି । ରେଳ ଷ୍ଟେସନ୍, ଟ୍ରେନ୍, ଅଫିସ୍, କ୍ୟାଣ୍ଟିନ, ଖାଦ୍ୟ ଷ୍ଟଲ୍ ଏବଂ ରେଳବାଇ ଆବାସିକ ଅଞ୍ଚଳରେ ସ୍ୱଚ୍ଛତା ଉପରେ ବିଶେଷ ଧ୍ୟାନ ଦିଆଯାଉଛି।
ସ୍ୱଚ୍ଛତା ପଖୱ।ଡା ସ୍ୱଚ୍ଛତା ଶପଥ ସହିତ ଆରମ୍ଭ ହୋଇଥିଲା । ଖୋର୍ଦ୍ଧା ରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ, ଶ୍ରୀ ରିଙ୍କେଶ ରୟ, ସମସ୍ତ ଶାଖା ଅଧିକାରୀ ଏବଂ କର୍ମଚାରୀଙ୍କ ନିଜକୁ ସ୍ୱଚ୍ଛ ରଖିବା ପାଇଁ ଏବଂ ସାଧାରଣ ଜନତାଙ୍କୁ ସ୍ୱଚ୍ଛତା ପ୍ରତି ଉତ୍ସାହିତ କରିବା ପାଇଁ ସ୍ୱଚ୍ଛତା ଶପଥ ଗ୍ରହଣ କରାଇଥିଲେ । ଏହି ମଣ୍ଡଳର ସମସ୍ତ ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନରେ ଭୁବନେଶ୍ୱର, ପୁରୀ, ଖୋର୍ଦ୍ଧା ରୋଡ଼, ବାଲୁଗା, ବ୍ରହ୍ମପୁର, ପଲାସା, ଭଦ୍ରକ, ଯାଜପୁର କେନ୍ଦୁଝର ରୋଡ ଠାରେ କର୍ମଚାରୀମାନେ ସ୍ବଚ୍ଛତା ଶପଥ ନେଇଛନ୍ତି । ଯାତ୍ରୀ ଏବଂ ରେଳ ବ୍ୟବହାରକାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ, ସମସ୍ତ ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନରେ ସ୍ବଚ୍ଛତା ଉପରେ ବ୍ୟାନର, ପୋଷ୍ଟର, ଜିଙ୍ଗଲ୍ ଶ୍ରବଣ ଏବ° କ୍ଷୁଦ୍ର ଭିଡିଓ ପ୍ରଦର୍ଶନ କରାଯାଇଛି।
ଭୁବନେଶ୍ୱର ରେଳ ଷ୍ଟେସନରେ, ସଫେଇ କର୍ମଚାରୀ ଏବଂ ଯାତ୍ରୀ ସେବା ସହ ଜଡିତ ଅନ୍ୟ ବିଭାଗୀୟ କର୍ମଚାରୀଙ୍କ ପାଇଁ ଏକ କର୍ମଶାଳା ଏବଂ କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍ବଚ୍ଛତା ପଖୱାଡା ଅବସରରେ ଖୋର୍ଦ୍ଧା ରୋଡ଼ ମଣ୍ଡଳର ଇଏନ୍ଏଚ୍ଏମ୍ ୱିଙ୍ଗ୍, ଷ୍ଟେସନ, ଟ୍ରେନ୍, ଅଫିସ୍ କୋଠା, ରେଳ କଲୋନୀ ଇତ୍ୟାଦିରେ ବିଭିନ୍ନ ପରିଷ୍କାର ପରିଚ୍ଛନ୍ନତା ତଥା ସଚେତନତା କାର୍ଯ୍ୟକ୍ରମ ଯେମିତି କି, ସ୍ୱଚ୍ଛ ରେଳ ଗାଡି, ସ୍ୱଚ୍ଛ ଷ୍ଟେସନ, ସ୍ୱଚ୍ଛ ପରିସର, ସ୍ୱଚ୍ଛ ଆହାର ଇତ୍ୟାଦି ପାଇଁ ଯୋଜନା କରାଯାଇଛି ।
ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ, ୧୬/୯/୨୦୨୨----୮,୪୫ Sakhigopal News, 16/9/2022