Breaking News

ଟାଇକାଣ୍ଡୋ ଆସୋସିଏସନ ର ଅଷ୍ଟମ କଲର ବେଲ୍ଟ ପ୍ରମୋସନ ଶିବିର ଅନୁଷ୍ଠିତ

ବରଗଡ଼--- ବରଗଡ଼ ଭଟଲି ଛକ ସ୍ଥିତ ଜୟସିଂ ମଣ୍ଡପ ଠାରେ ବରଗଡ଼ ଟାଏକୋଣ୍ଡୋ ଏସୋସିଏସନ ତରଫରୁ ଦୁଇ ଦିବସିୟ 8th colour belt promotion test ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଟେଷ୍ଟ ଆସୋସିଏସନ ର ଜିଲ୍ଲା ସଭାପତି ଶ୍ରୀ ନବକିଶୋର ପାଣିଗ୍ରାହୀ  ସଭାପତିତ୍ୱ କରିଥିଲେ । ଉଦଘାଟନୀ ସଭାରେ ବରଗଡ଼ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ ମାଁ ସମଲେଇ ଫୋଟୋ ଚିତ୍ରରେ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ବରଗଡ଼ ପୌର ପରିଷଦ ଅଧ୍ୟକ୍ଷା ଶ୍ରମତୀ କଳ୍ପନା ମାଝୀ, ଆନ୍ତର୍ଜାତୀୟ ପଦକଧାରୀ ଶ୍ରୀମାନ ଏହେସାସ ହୋତା, ସେକ୍ରେଟାରୀ ତଥା ଶିକ୍ଷକ ଶ୍ରୀ ବିଜୟ ଭୋଇ,ଆଶୁତୋଷ ରଥ,ଶ୍ରୀୟା ମିଶ୍ର,ରାଜଶ୍ରୀ ବଗର୍ତ୍ତି ଯୋଗ ଦେଇଥିଲେ । ଆଜିର ମଞ୍ଚରେ ସଭାପତି ଶ୍ରୀ ପାଣିଗ୍ରାହୀ ଏବଂ ଶିକ୍ଷକ ଶ୍ରୀ ଭୋଇ ଆଗାମୀ ଦିନରେ ବରଗଡ଼ରେ ପଶ୍ଚିମ ଓଡ଼ିଶାର ଟାଏକୋଣ୍ଡୋ ର 3 ଦିବସିୟ କାର୍ଯ୍ୟକ୍ରମ କରିବା ପାଇଁ  ବିଧାୟକଙ୍କ ସହଯୋଗ ଲୋଡ଼ିଥିଲେ ।  ମାନ୍ୟବର ବିଧାୟକ ମଧ୍ୟ ସବୁ ପ୍ରକାର ର ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଶେଷରେ କାର୍ଯ୍ୟକ୍ରମ ରେ ଉପସଭାପତି ଶ୍ରୀ ଆଶୁତୋଷ ରଥ ଧନ୍ୟବାଦ ଅର୍ପଣ କରିଥିଲେ । ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୫/୯/୨୦୨୨---୧୨,୧୫ Sakhigopal News,25/9/2022

Blog Archive

Popular Posts