ଭଞ୍ଜନଗର ଏନ୍ ଏ ସି ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ
ଭଞ୍ଜନଗର--- ସ୍ଥାନୀୟ ଟାଉନ ହଲ୍ ପରିସରରେ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ନଗରପାଳ ଗୋପବନ୍ଧୁ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଭଞ୍ଜନଗର ଏନ୍ ଏ ସି ସୀମିତ ସମୟ ମଧ୍ୟରେ ଅନେକ ସଫଳତା ହାସଲ କରିଥିବାରୁ ଏଥିପାଇଁ ନିର୍ବାଚିତ ପାରିଷଦ ବର୍ଗଙ୍କ କର୍ତ୍ତବ୍ୟ ନିଷ୍ଠା ଓ ଆନ୍ତରିକ ଉଦ୍ୟମ ର ପଟାନ୍ତର ନାହିଁ ବୋଲି ଉଲ୍ଲେଖ କରିଥିଲେ। ଆୟୋଜିତ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ବିଡିଓ ଶଶୀଭୂଷଣ ମହାପାତ୍ର, ସାଂସଦ ପ୍ରତିନିଧି ପଞ୍ଚାନନ ପାଳ, ଦିବାକର ନାୟକ, ବ୍ଳକ ଅଧ୍ୟକ୍ଷ ନରିସଭା ନାୟକ, ଉପାଧକ୍ଷା ରାଜଲକ୍ଷ୍ମୀ ପ୍ରଧାନ, ଉପନଗରପାଳ ଶୁଭଶ୍ରୀ ଦାସ, ପୂର୍ବତନ ନଗରପାଳ ସୁଧୀର ରଞ୍ଜନ ବେହେରା, ପୂର୍ବତନ ଉପନଗରପାଳ ରାଜେନ୍ଦ୍ର କୁମାର ବିଷୋୟୀ ତଥା ସମସ୍ତ ପାରିଷଦ ବର୍ଗ ମଞ୍ଚାସୀନ ରହିଥିଲେ। ଏହି ଅବସରରେ ସହରର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବହୁ ଜ୍ଞାନୀ ଗୁଣୀ ବ୍ୟକ୍ତି ବିଶେଷଙ୍କ ସମେତ ପ୍ରତି ୱାର୍ଡରୁ ୨ ଜଣ ବରିଷ୍ଠ ନାଗରିକ, ପ୍ରତିଯୋଗିତା ର ବିଚାରକ ମଣ୍ଡଳୀଙ୍କୁ ଉପଢୌକନ ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ର କୃତୀ ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ପୁରସ୍କାର ବିତରଣ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟ ପକ୍ଷରେ ସହରର କିଛି ବୃଦ୍ଧ,ବୃଦ୍ଧା ଏବଂ ଦିବ୍ୟାଙ୍ଗ ବ୍ୟକ୍ତି ବିଶେଷ ଙ୍କୁ ଭତ୍ତା, ପଟ୍ଟା ବଣ୍ଟନ, ଆବାସ ଯୋଜନା ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ ଓ ଏସ୍ ଏଚ୍ ଜି ଗୃପ ମାଆ ମାନଙ୍କୁ ଋଣ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନା ରେ ଅଶୋକ କୁମାର ମହାପାତ୍ର, ସରୋଜ ପାତ୍ରଙ୍କ ସମେତ ଏନ୍ ଏ ସି ର ସମସ୍ତ କର୍ମଚାରୀ, କାଉନସିଲର ଏବଂ ଶୁଳପାଣି ଶତପଥୀ, ପଞ୍ଚାନନ ପାଳ, ଜଗଦୀଶ ପାଣିଗ୍ରାହୀ ଆଦି ସହାୟତା କରିଥିଲେ।
ସକାଳୁ ରାମଧୁନ୍ ଓ ପରେ ଜାତୀୟ ପତାକା ଉତ୍ତୋଳନ ସହ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ପରେ ସ୍ଥାନୀୟ ମେଡିକାଲରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ଏହି ଅବସରରେ ସହରକୁ କ୍ଳୋଜ୍ ସର୍କିଟ କ୍ୟାମେରା ନଜରରେ ରଖାଯିବା ବ୍ୟବସ୍ଥାକୁ ନଗରପାଳ ଗୋପବନ୍ଧୁ ମହାପାତ୍ର ଶୁଭାରମ୍ଭ କରିଥିଲେ। ସେହିପରି ସହରର ପ୍ରମୁଖ ସ୍ଥାନ ଥାନା ଛକ ଓ ଷ୍ଟେଟ ବ୍ୟାଙ୍କ ଛକରେ ବଡ ଏଲ୍ ଇ ଡି ଟିଭି ଲଗାଯାଇ ତାକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ନଗରପାଳ ଗୋପବନ୍ଧୁ ମହାପାତ୍ର ଲୋକାର୍ପିତ କରିଥିଲେ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧/୯/୨୦୨୨---୯,୨୦ Sakhigopal News,1/9/2022
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧/୯/୨୦୨୨---୯,୨୦ Sakhigopal News,1/9/2022