Breaking News

ଡ୍ରେନେଜ ବ୍ୟବସ୍ଥା ପାଇଁ ପ୍ରସ୍ତୁତ ହେବ ମାଷ୍ଟର ପ୍ଲାନ୍



ଜଟଣୀ ----ଜଟଣୀରେ ଆଉ ରହିବନି ବର୍ଷା ଜଳ କଷ୍ଟ । ବର୍ଷା ଜଳରେ ଆଉ ଭାସିବନି ଜଟଣୀ ସହର ।ଡ୍ରେନେଜ ବ୍ୟବସ୍ଥା ପାଇଁ ତିଆରି ହେବ ମାଷ୍ଟର ପ୍ଲାନ ।ଖର୍ଚ୍ଚ ହେବ 1 କୋଟି ଟଙ୍କା।ଜଟଣୀ ସହରରେ ବର୍ଷା ଜଳ ଏବଂ ନର୍ଦ୍ଦମା ପାଣି ନିଷ୍କାସନ ନିମନ୍ତେ ମାଷ୍ଟର ଡ୍ରେନେଜ ସିଷ୍ଟମ ପାଇଁ ଆଜି ପୌର ପରିଷଦ କାର୍ଯ୍ୟାଳୟ ଠାରୁ ଚେୟାରମ୍ୟାନ ଅନନ୍ତ ବେହେରା ଙ୍କ ହାତରେ ମାଷ୍ଟର ପ୍ଲାନ ସର୍ଭେ ର ଶୁଭାରମ୍ଭ କରାଯାଇଛି । ପୌର ନିର୍ବାହୀ ଅଧିକାରୀ, ପୌର ଯନ୍ତ୍ରୀ ଏବଂ କାଉନସିଲର ମାନେ ଏହି  କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଖୁବ ଶୀଘ୍ର ମାଷ୍ଟର ଡ୍ରେନେଜ ବ୍ୟବସ୍ଥା ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରି ବର୍ଷା ଜଳକୁ ନିଷ୍କାସନ କରାଯିବାକୁ ସମସ୍ତ ବ୍ୟବସ୍ଥା କରାଯିବ।ଏଥିପାଇଁ ଜଟଣୀ ସହରର ସମସ୍ତ 23 ଟି ଯାକ ୱାର୍ଡକୁ ନେଇ ଏହି ମାଷ୍ଟର ପ୍ଲାନ ପ୍ରସ୍ତୁତ ହେବ । "ଥ୍ରୀ-ଡି ଭିଜନ" ନାମକ ଏକ ସଂସ୍ଥା ପୌରାଞ୍ଚଳ ରେ ସର୍ଭେ କରି ଏହି ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ଦାୟିତ୍ୱ ନେଇଛି ।‌‌ 5 ମାସ ମଧ୍ୟରେ ଏହି ସଂସ୍ଥା ସର୍ଭେ ରିପୋର୍ଟ ଏବଂ ପ୍ଲାନ ପ୍ରଦାନ କରିବାକୁ ପୌର ପରିଷଦ ସହ ଚୁକ୍ତି ସ୍ଵାକ୍ଷର ହୋଇଛି । ରାଜ୍ୟ ସରକାରଙ୍କ ତରଫରୁ ଏହି ମାଷ୍ଟର ପ୍ଲାନ ପ୍ରସ୍ତୁତି ବାବଦରେ ସର୍ବାଧିକ 1 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ସର୍ଭେ ପାଇଁ ପ୍ରତି 1 କିଲୋମିଟର ପିଛା 57000/- ଟଙ୍କା ବ୍ୟୟ ହେବ ବୋଲି ସୂଚନା ମିଳିଛି । ଦାୟିତ୍ୱ ନେଇଥିବା ସଂସ୍ଥା ଜଟଣୀ ପୌରାଞ୍ଚଳ ର ସମସ୍ତ କାଉନସିଲର ମାନଙ୍କ ସହ ଯୋଗାଯୋଗ କରି ପ୍ରତ୍ୟେକ ଗଳି କନ୍ଦିରେ ସର୍ଭେ କରି ଏହି ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ପୌରାଧକ୍ଷ ନିର୍ଦ୍ଦେଶ ଦେଇଛନ୍ତି । କାଉନସିଲର ମାନେ ମଧ୍ୟ ଏହି ସଂସ୍ଥାକୁ ସମସ୍ତ ପ୍ରକାର ସହଯୋଗ କରିବାକୁ ନିବେଦନ କରିଛନ୍ତି । ତେବେ ପୌର ନିର୍ବାଚନ ପୂର୍ବରୁ ନିର୍ବାଚନୀ ଇସ୍ତାହାର ରେ ସହରରେ ଡ୍ରେନେଜ ତଥା ସ୍ବେରେଜ ବ୍ୟବସ୍ଥା କରିବାକୁ ପ୍ରତିଶୃତି ଦିଆଯାଇଥିବା ବେଳେ ପ୍ରଥମ କାଉନସିଲ ବୈଠକରେ ଏହାକୁ ଗୃହୀତ କରାଯାଇଥିଲା । ପୂର୍ବତନ ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ବିଭୁତି ବଳବନ୍ତରାୟଙ୍କ ଉଦ୍ୟମ ଯୋଗୁଁ ଜଟଣୀ ସହରରେ ଡ୍ରେନେଜ ବ୍ୟବସ୍ଥା ସର୍ଭେ ପାଇଁ ରାଜ୍ୟ ସରକାର ତତ୍ପରତା ଦେଖାଇ ବ୍ୟୟ ଅନୁମୋଦନ କରିଥିବାରୁ ପୌରାଧକ୍ଷ ଧନ୍ୟବାଦ ଦେଇଛନ୍ତି ।
ଜଟଣୀ -ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୮/୯/୨୦୨୨---୯,୪୦ Sakhigopal News,28/9/2022

Blog Archive

Popular Posts