ଟ୍ରକ ଦୁର୍ଘଟଣାରେ ଯୁବକ ମୃତ, ଦୁର୍ଘଟଣା ଘଟାଇ ଥିବା ଟ୍ରକ ରେ ନିଆଁ ଲଗାଇ ଦେଲେ ଲୋକେ
ବଳଙ୍ଗା-ବଳଙ୍ଗା ଥାନା ଅନ୍ତର୍ଗତ ହରିପୁର ଜଇନା ବାଦ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଘଟଣା ସ୍ଥଳରେ ଉତ୍ତେଜନା । ଅଗ୍ନିଶମ ବିଭାଗ କର୍ମଚାରୀ ପହଁଚି ନିଆଁ କୁ ଆୟତ୍ତ କରିଥିବା ବେଳେ ପୋଲିସ ପହଁଚି ପରିସ୍ଥିତି କୁ ଆୟତ୍ତ କରିଛି । ଯୁବକ ସ୍ଥାନୀୟ ଅଞ୍ଚଳର ପ୍ରଦୀପ ପ୍ରଧାନ ୩୩ ବୋଲି ଜଣାପଡ଼ିଛି । ସାଇକେଲ ରେ ଯାଉଥିବା ସମୟରେ ଟ୍ରକ ଯୁବକ ଙ୍କୁ ଧକ୍କା ଦେବା ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିବା ବେଳେ ଏଠାରେ ସ୍ଥାନୀୟ ଲୋକମାନେ ଟ୍ରକରେ ନିଆଁ ଲଗାଇ ଦେଇଥିଲେ ।
ମନୋଜ କୁମାର ପ୍ରଧାନ, ବଳଙ୍ଗା ୨୨/୯/୨୦୨୨---୮,୨୦ Sakhigopal News, 22/9/2022