Breaking News

ପୂର୍ବ ତଟ ରେଳବାଇ ମହିଳା କଲ୍ୟାଣ ସଂଗଠନ ପକ୍ଷରୁ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ

 



ଜଟଣୀ --ପୂର୍ବ ତଟ ରେଳବାଇ ମହିଳା କଲ୍ୟାଣ ସଂଗଠନ, ଖୋର୍ଦ୍ଧା ରୋଡ଼, (ECORWWO), ଦ୍ୱାରା ମଣ୍ଡଳର  ଅଣ-ଗେଜେଟେଡ୍ ରେଳ କର୍ମଚାରୀଙ୍କ ପିଲାମାନଙ୍କ ପାଇଁ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜିତ କରାଯାଇଥିଲା।  ପ୍ରବନ୍ଧ ଲେଖା ମାଧ୍ୟମରେ ପିଲାମାନେ ସେମାନଙ୍କର ସମାଲୋଚନାତ୍ମକ ଚିନ୍ତାଧାରାର ଶକ୍ତି ବୃଦ୍ଧି କରିପାରିବେ । ଏବଂ ଏକ ବିଷୟର ବିଭିନ୍ନ ଦୃଷ୍ଟିକୋଣ ଏବଂ ମତ କିପରି ଉପସ୍ଥାପନ କରିବେ ତାହା ଶିଖିପାରିବେ ‌। ପାଞ୍ଚଟି ରେଳ ଷ୍ଟେସନ ଯଥା ଖୋର୍ଦ୍ଧା ରୋଡ଼, କଟକ, ଭଦ୍ରକ, ଅନୁଗୁଳ ଏବଂ ପଲାସା ରେଳ ଷ୍ଟେସନର ବିଭିନ୍ନ କେନ୍ଦ୍ରରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାରେ ବିଭିନ୍ନ ବୟସର ମୋଟ 130 ରେଲୱେ କର୍ମଚାରୀଙ୍କ ପିଲାମାନେ ଅଂଶଗ୍ରହଣ କରିଥିଲେ ।
ପିଲାମାନଙ୍କୁ ଉତ୍ସାହିତ କରିବା ପାଇଁ , ପ୍ରତିଯୋଗିତା ସମୟରେ, ଶ୍ରୀମତୀ ଶୁଭଲକ୍ଷ୍ମୀ ଜେନା, ମହିଳା କଲ୍ୟାଣ ସଂଗଠନର (ECORWWO) ସଭାନେତ୍ରୀ, ଉତ୍କଳ ପବ୍ଲିକ ସ୍କୁଲରେ ଉପସ୍ଥିତ ଥିଲେ । ସମସ୍ତ ଅଂଶଗ୍ରହଣକାରୀଙ୍କୁ  ସଂଗଠନ ପକ୍ଷରୁ ଉପହାର ବଣ୍ଟନ କାରାଯାଇଥିଲା । ପ୍ରତିଯୋଗିତାର ବିଜେତାମାନେ ଜୋନାଲ ସ୍ତରର ପ୍ରବନ୍ଧ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ।ଶ୍ରୀମତୀ ସୀମା ପନ୍ଵର୍, ମହିଳା କଲ୍ୟାଣ ସଂଗଠନ ର ଉପ-ସଭାନେତ୍ରୀ, ଶ୍ରୀମତୀ ପଲ୍ଲବୀ ଚୈ।ହାନ, ମହିଳା କଲ୍ୟାଣ ସଂଗଠନର ସଚିବ ଏବଂ ଅନ୍ୟ ସଦସ୍ୟଙ୍କୁ ନେଇ ECORWWO ଦଳ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ ।
ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୮/୯/୨୦୨୨---୫,୨୫ Sakhigopal News,18/9/2022

Blog Archive

Popular Posts