Breaking News

ରେଳ ସୁରକ୍ଷା ବଳର ୩୮ ତମ ସ୍ଥାପନା ଦିବସ ଅବସରରେ ଗଣଦୌଡ



ଜଟଣୀ-----: ରେଳ ସୁରକ୍ଷାବଳର ୩୮ ତମ ସ୍ଥାପନା ଦିବସ ଅବସରରେ ଆଜି ଖୋର୍ଦ୍ଧାରୋଡ଼ ରେଳ ସୁରକ୍ଷା ବଳ ପକ୍ଷରୁ ଗଣଦୌଡ ଆୟୋଜିତ ହୋଇଥିଲା। ଡିଭିଜନାଲ ସିକ୍ୟୁରିଟି କମିଶନର ଏମ ସମଭାଶିବା ରାଓ ଙ୍କ ଆତିଥ୍ୟରେ ଆୟୋଜିତ ଏହି କାର‌୍ୟ୍ୟକ୍ରମ ରେଳ ସୁରକ୍ଷା ବଳ ଅଧିକାରୀ ମୋନୁ ଶର୍ମାଙ୍କ  ତତ୍ୱାବଧାନରେ  ଆୟୋଜିତ ହୋଇଥିଲା। ଏହି ଅବସରରେ ରେଳ ସୁରକ୍ଷା ବଳ ଟିମ ପକ୍ଷରୁ ଖୋର୍ଦ୍ଧା ରୋଡ଼ ଷ୍ଟେସନ ଠାରୁ ରେଳ ଷ୍ଟାଡିୟମ ପର‌୍ୟ୍ୟନ୍ତ ଗଣ ଦୌଡ ଆୟୋଜିତ ହୋଇଥିଲା। ଏଥି ସହିତ ଯୋଗ, ବୃକ୍ଷ ରୋପଣ ଇତ୍ୟାଦି ଆୟୋଜନ କରାଯିବା ସହ ଅସହାୟ ମାନଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥିଲା।

ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୨/୯/୨୦୨୨---୮,୪୦   Sakhigopal News,22/9/2022

 

Blog Archive

Popular Posts