Breaking News

ତାରାସିଙ୍ଗି ଥାନା ପକ୍ଷରୁ ଆମ ପୋଲିସ ସମିତି ବୈଠକ



ଭଞ୍ଜନଗର - ତାରସିଂ ଥାନା ଅନ୍ତର୍ଗତ ବଡଖଣ୍ଡା ଗ୍ରାମରେ ତାରସିଂ ପୋଲିସ ପକ୍ଷରୁ ଆମ ପୋଲିସ ସମିତି ବୈଠକ  ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଶୁଭ୍ରାଂଶୁ ଶେଖର ମିଶ୍ର ଯୋଗ ଦେଇ ଗୁଣିଗାରେଡ଼ି , ମଦ ,ଗାଡିଚଳାଇବା ସମୟରେ ହେଲମେଣ୍ଟ ବ୍ୟବହାର କରିବା , ସାଇବର ଠକଙ୍କ ଠାରୁ ସତର୍କ ରହିବାକୁ  ଉପସ୍ଥିତ ଗ୍ରାମବାସୀଙ୍କୁ ସଚେତନତା କରିଥିଲେ । ଅନ୍ଧବିଶ୍ୱାସକୁ ପ୍ରଶୟ ଦେଇ ଆଇନକୁ ହାତକୁ ନନେବା  ସହ କୈାଣସି ଅଘଟଣ ଘଟିଲେ ତୁରନ୍ତ ପୋଲିସର ସହାୟତା ନେବାକୁ ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଶ୍ରୀମିଶ୍ର କହିଥିଲେ  । ଆବଶ୍ୟକ ସ୍ଥଳେ ପୋଲିସ ପକ୍ଷରୁ  ସବୁପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ତାରସିଂ ଥାନା ଅଧିକାରୀ   ପ୍ରଦିପ୍ତ କୁମାର ଦାଶ   କହିଥିଲେ । ଆୟୋଜିତ କାର୍ଯ୍ୟକ୍ରମ ରେ କୁଡୁତାଇ ପଞ୍ଚାୟତ ସରପଞ୍ଚ ସନତ କୁମାର ପ୍ରଧାନ, ସମିତି ସଭ୍ୟ  ପ୍ରତିନିଧି  ରବିନ୍ଦ୍ର କୁମାର ଦୋସଦ୍ଧି, ପ୍ରଧାନଶିକ୍ଷକ ନିରାକାର ପ୍ରଧାନ ଙ୍କ ସମେତ ଆଖପାଖ ଗ୍ରାମର ବହୁ ଯୁବକ , ପୁରୁଷ , ମହିଳା , ଆଶା ଓ ଅଙ୍ଗନବାଡି କର୍ମୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଯୁବ ସଂଗଠକ କମଳେଶ ଗୈାଡ ସହଯୋଗ କରିଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୬/୯/୨୦୨୨---୯,୫୦   Sakhigopal News,26/9/2022

Blog Archive

Popular Posts