ବିଦ୍ୟାଳୟ ଶ୍ରେଣୀ କକ୍ଷରେ ପଶି ଶିକ୍ଷକଙ୍କୁ ଖଣ୍ଡାରେ ହାଣିଲା ଯୁବକ - ଥାନା ରେ ମାମଲା ରୁଜୁ
ଭଞ୍ଜନଗର, ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ୍ ର ମଙ୍ଗଳପୁର ପଞ୍ଚାୟତ ଅନ୍ତର୍ଗତ ଜିଲିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟାଳୟର ଶ୍ରେଣୀ କକ୍ଷରେ ପଶି ଜଣେ ଅସାମାଜିକ ଯୁବକ ଶିକ୍ଷା ଦାନ କରୁଥିବା ଜଣେ ଶିକ୍ଷକ ଟୁକୁନା ବେହେରା ଙ୍କୁ ଖଣ୍ଡାରେ ଆକ୍ରମଣ କରିଥିବା ନେଇ ବେଲଗୁଣ୍ଠା ଥାନା ରେ ଅଭିଯୋଗ ହୋଇଛି ୍। ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ ଚନ୍ଦ୍ର ସାହୁ ଙ୍କ ସୂଚନା ପ୍ରକାରେ ସୋମବାର ଜିଲିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ସହକାରୀ ଶିକ୍ଷକ ଟୁକୁନା ବେହେରା ଶ୍ରେଣୀ କକ୍ଷରେ ଛାତ୍ର ଛାତ୍ରୀ ଙ୍କୁ ପାଠ ପଢ଼ାଉଥିବା ବେଳେ ଏହି ସମୟରେ ସେହି ଗ୍ରାମର ଜଣେ ଯୁବକ ହଠାତ୍ କ୍ଳାସ୍ ରୁମ୍ ଭିତରକୁ ପଶିଆସି ଶିକ୍ଷକ ଟୁକୁନା ବେହେରା ଙ୍କୁ ଏକ ଖଣ୍ଡାରେ ଆକ୍ରମଣ କରିଥିଲା। ତେବେ ଶିକ୍ଷକ ଜଣଙ୍କ ଖଣ୍ଡା ଟିକୁ ଧରି ପକାଇବା କାରଣରୁ ସେ ଅଳ୍ପକେ ନିଜ ଜୀବନ ବଞ୍ଚାଇ ପାରିଥିଲେ। ତେବେ ତାଙ୍କ ହାତରେ ଆଘାତ ଲାଗିଥିବାବେଳେ ବେଲଗୁଣ୍ଠା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହୋଇଥିଲେ। ପରେ ଘଟଣା ସମ୍ପର୍କରେ ଥାନା ରେ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତି କରି ବେଲଗୁଣ୍ଠା ପୁଲିସ ଥାନା କେଶ ନମ୍ବର - ୨୯୮/୨୨ ପ୍ରକାରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ଅନୁସନ୍ଧାନରୁ ଏହି ଘଟଣାଟି ପ୍ରେମ ସଂପର୍କକୁ କେନ୍ଦ୍ର କରି ଘଟିଥିବା ନେଇ ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଅଭିଯୁକ୍ତ ଓ ଅଭିଯୋଗକାରୀ ଉଭୟେ ଗୋଟିଏ ଝିଅକୁ ଭଲ ପାଉଥିବା ବେଳେ ସେହି ଝିଅ ରାସ୍ତାରେ କଣ୍ଟା ସାଜୁଥିବା ସଂପୃକ୍ତ ଶିକ୍ଷକ ଟୁକୁନା ବେହେରା ଙ୍କୁ ଭୟଭୀତ କରାଇବା ଉଦ୍ଦେଶ୍ୟରେ ଅଭିଯୁକ୍ତ ଜଣକ ଏଭଳି ଆକ୍ରମଣ କରିଥିବା ଥାନା ଅଧିକାରୀ ସାହୁ ସୂଚନା ଦେଇଛନ୍ତି। ଖୁବଶୀଘ୍ର ଅଭିଯୁକ୍ତ ଗିରଫ ହେବ ବୋଲି ଜଣାପଡିଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ, ୨୭/୯/୨୦୨୨---୯,୪୦ Sakhigopal News,27/9/2022