Breaking News

ମିଟର ରିଡିଙ୍ଗ୍ ଠିକା କର୍ମଚାରୀଙ୍କ ଦବଙ୍ଗଗିରି; ଦଶହରା ଚାନ୍ଦା ନଦେଲେ , ଘର ଆଗରେ ଛକି ଚିହ୍ନ



ଭଞ୍ଜନଗର - ଦଶହରା ଚାନ୍ଦା ମାଗିବା ବାହାନା ରେ ଘରକୁ ଘର ଯାଇ ଦବଙ୍ଗଗିରି ଦେଖାଇଲେ ବିଦ୍ୟୁତ ବିଭାଗ ଅଧିନରେ ଠିକା କର୍ମଚାରୀ ଭାବେ କାର୍ଯ୍ୟରତ ମିଟର ରିଡିଂ କର୍ମଚାରୀ । ଗରୀବ ହେଉ କିମ୍ବା ଦିନ ମଜୁରିଆ । ୫୦ ଟଙ୍କାରୁ ଆରମ୍ଭ କରି ୨୦୦ ଟଙ୍କା ପର୍ଯ୍ୟନ୍ତ ଦଶହରା ଚାନ୍ଦା ଦେବାକୁ ବାଧ୍ୟ । ଯିଏ ଦେଲା ଭଲ କଥା  । ଯିଏ ନଦେଲା, ତାକୁ ଧମକ ଦେବାସହ ତାଙ୍କ ଘର ଆଗରେ ଛକି ଚିହ୍ନ ମାରୁଥିଲେ ମିଟର ରିଡିଂ ଠିକା କର୍ମଚାରୀ । ଏହି ସମୟରେ ସ୍ଥାନୀୟ ଲୋକଙ୍କ ଠାରୁ ଅଭିଯୋଗ ଶୁଣି , ବିଦ୍ୟୁତ୍ ବିଭଗର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି , ଉକ୍ତ ମିଟର ରିଡିଂ କର୍ମଚାରୀ କୁ ରଙ୍ଗେହାତ୍ ଧରିଥିଲେ । ଏହେଉଛି ଗଞ୍ଜାମ ଜିଲ୍ଲା କଣ୍ଟେଇପଲ୍ଲୀ ବିଦ୍ୟୁତ୍ ବିଭଗର ଗୋବରା ଅଞ୍ଚଳରେ ମିଟର ରିଡିଂ କାମକରୁଥିବା ଠିକା କର୍ମଚାରୀ ଲିଟୁ ସାହୁ  । ଘଟଣା ସଂକ୍ରାନ୍ତରେ ଅବଗତ ହେବାପରେ କଣ୍ଟେଇପଲ୍ଲୀ ବିଦ୍ୟୁତ ବିଭାଗ କନିଷ୍ଠଯନ୍ତ୍ରୀ  କେ.କେ ଚାନ୍ଦ ଗୁରୁତର ସହ ଏ କଥାଟିକୁ ନେଇଛନ୍ତି ।
ଦଶହରା କିମ୍ବା ଅନ୍ୟ କୈାଣସି ପରିସ୍ଥିତି ରେ ଲୋକଙ୍କ ଠାରୁ ବେଆଇନ ଚାନ୍ଦା ଆଦାୟ ନକରିବାକୁ ସମସ୍ତ କର୍ମଚାରୀଙ୍କୁ ତାଗିଦ୍ କରାଯାଇଥିବା କହିଥିଲେ । ଏନେଇ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ମଧ୍ୟ ସଂପୃକ୍ତ ଠିକା କର୍ମଚାରୀଙ୍କ କାରାନାମା ସଂକ୍ରାନ୍ତରେ କନିଷ୍ଠ ଯନ୍ତ୍ରୀ ଙ୍କୁ ଅବଗତ କରାଇଥିଲେ । ବିଭିନ୍ନ ସମୟରେ ନିଶାଦ୍ରବ୍ୟ ସେବନ କରି ଲୋକଙ୍କ ଘରକୁ ଯାଇ ମିଟର ରିଡିଂ ନେଉଥିବା ଅଭିଯୋଗ ହୋଇଛି । ଏନେଇ ବିଭାଗ ର ନିର୍ବାହୀ ଯନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ବେଳେ  ସେ କହିଥିଲେ ବିଭାଗ ପକ୍ଷରୁ ଏନେଇ ପଦକ୍ଷେପ ନିଆଯିବ । ଭଞ୍ଜନଗର ଉପଜିଲ୍ଲାପାଳଙ୍କ ମଧ୍ୟ ଦୃଷ୍ଟି ଆକର୍ଷଣ କରାଯାଇଥିବା ବେଳେ  ଚାନ୍ଦା ଆଦାୟ ଭଳି ବେଆଇନ କାର୍ଯ୍ୟ ରେ ସଂପୃକ୍ତ ଥିବା ବ୍ୟକ୍ତି ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । ତେବେ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ ସଂପୃକ୍ତ ମିଟର ରିଡିଂ ଠିକା କର୍ମଚାରୀ କୁ ଅନ୍ୟତ୍ର ବଦଳି କରାଯାଇଥିବା ଜଣାପଡ଼ିଛି ।  ବିଦ୍ୟୁତ୍ ବିଭାଗ ଦାୟିତ୍ବ ଟାଟା କମ୍ପାନୀ ନେବାପରେ ବିଭାଗ ର ସ୍ବଚ୍ଛତା ଓ ବିଦ୍ୟୁତ ଉପଭୋକ୍ତାଙ୍କୁ  ଉପଯୁକ୍ତ ସେବା ଯୋଗାଇଦେବା ପାଇଁ ପ୍ରୟାସ କରୁଥିବା କୁହାଯାଉଛି । ତେବେ, ଏଭଳି ଘଟଣାକୁ ଚାପି ଦେବାପାଇଁ ସଂପୃକ୍ତ କର୍ମଚାରୀଙ୍କୁ କେବଳ ବଦଳି କରି କାମ ସାରିଦେଉଛି , ନା' ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ତାହାହିଁ ଏବେ ଦେଖିବାକୁ ବାକି ରହିଲା ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଧରିଛି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩୦/୯/୨୦୨୨----୫,୨୦ Sakhigopal News,30/9/2022

Blog Archive

Popular Posts