Breaking News

ଅପରାଧ ମାମଲାରେ ଜଡିତ ଦୁଇ ଅଭିଯୁକ୍ତ ଗିରଫ , ସେମାନଙ୍କ ଠାରୁ ୬ ମଟର ସାଇକେଲ ଜବତ

 


ଜଟଣୀ ---ପୋଲିସ ଆଖିରେ ଧୂଳି ଦେଇ ଅନେକ ଅପରାଧ କାର୍ଯ୍ୟରେ ଲିପ୍ତ ଥିବା ଦୁଇ ଅପରାଧୀଙ୍କୁ ଗିରଫ କରିଛି ଜଟଣୀ ପୋଲିସ।  ସୂଚନା ଅନୁସାରେ ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟ ପଛ ପାଖରେ ଥିବା ମଧୁସୂଦନ ନଗର ଅଞ୍ଚଳର ଦିଲ୍ଲୀପ କୁମାର ଭୁଜବଳ ଗତ ତା -14/05/22 ରିଖ ସନ୍ଦ୍ୟା 4 ଘଟିକା ସମୟରେ ନିଜର ଏକ "ବୋଲର ଯାହାର ନମ୍ବର " OR 02BY 5565 ଚୋରି ସମ୍ପର୍କିତ ଏକ ମାମଲା ଥାନାରେ  ଅଭିଯୋଗ କରିଥିଲେ ।  ଜଟଣୀ ପୋଲିସ ତନାଘନା କରି ଗାଡିଟିକୁ ଉଦ୍ଧାର କରିଥିଲେ । ମାତ୍ର  ମାଷ୍ଟର ମାଇଣ୍ଡ କୁ ଖୋଜିବାକୁ ଆରମ୍ଭ କଲେ । ବିଭିନ୍ନ ସ୍ଥାନ ଚଢ଼ାଉକରି ଚୋରୀର ମୁଖ୍ୟ ଦୁଇ ପୂରଧା ଜଟଣୀ ବ୍ଲକ ଅନ୍ତର୍ଗତ ବେଣାପାଞ୍ଜରୀ ଗ୍ରାମର ବଡି ମଜିଦ ସାହିର ମହମ୍ମଦ ମୁସ୍ତାକ (20), ଏବଂ ସେହି ବେଣାପାଞ୍ଜରୀ ଗ୍ରାମର ଗଡ଼ ସାହିର ପାଲଟା ସିଂ (22) କୁ କାବୁ କଲା ଜଟଣୀ ପୋଲିସ ।ଏହି ଦୁଇ ଅଭଯୁକ୍ତ ରାଜ୍ୟର ବିଭିନ୍ନ ଜାଗାରେ ଯଥା --ଖୋର୍ଦ୍ଧା, ପୁରୀ, ନିମାପଡା, ଭୁବନେଶ୍ୱର, କଟକ, ବ୍ରହ୍ମପୁର ସହରରେ ଅନେକ ଅପରାଧୀ ଘଟାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ପୋଲିସ ଏହି ଦୁଇ ଅଭିଯୁକ୍ତଙ୍କ ଠାରୁ ଦୁଇଟି ନୀଳ ରଙ୍ଗର ୟାମାହା RX 15, ଗୋଟିଏ ନୀଳ ରଙ୍ଗର ଟିଭିଏସ ଅପାଚି RTR 160, ଗୋଟିଏ କଳା /ନାଲି ରଙ୍ଗର ବାଜାଜ ପଲସର 220, କଳା ରଙ୍ଗର ୟାମାହା RX 100 ଏବଂ ଗୋଟିଏ vivo ମୋବାଇଲ ଉଦ୍ଧାର କରି କେସ ନଂ 181/22 ରେ ମାମଲା ରୁଜୁ କରି ପୋଲିସ ଆଜି କୋର୍ଟ ଚାଲାଣ କରିଛି ।
ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୨/୯/୨୦୨୨---୯,୨୦   Sakhigopal News,22/9/2022

Blog Archive

Popular Posts