ବାର୍ଡ ଦ୍ଵାରା ଟେଲିକମ ଗ୍ରାହକ ସଚେତନତା ଶିବିର
ଭଞ୍ଜନଗର: ଖାଉଟି ଓକିଲାତି ସଂଘ ବାର୍ଡ ଭାରତ ସରକାରଙ୍କ ଟ୍ରାଇ ସହଯୋଗରେ ଏକ ଦିନିକିଆ ଟେଲିକମ ଗ୍ରାହକ ସଚେତନତା କର୍ମଶାଳା କୁ ଭଞ୍ଜନଗର ଆଇନଜୀବି ତଥା ଘୁମୁସର ବରିଷ୍ଟ ନାଗରିକ ମଞ୍ଚ ସଭାପତି ଶ୍ରୀ ସୋମନାଥ ନାୟକ ଉଦ୍ଘାଘାଟନ କରିଥିଲେ । ଗ୍ରାମାଞ୍ଚଳ ଶତକଡା ୯୫ଭାଗ ଟେଲିକମ ଗ୍ରାହକ ସେମାନଙ୍କ ଅଧିକାର ବିଷୟରେ ସଚେତନତା ନୁହନ୍ତି । ବିଶେଷକରି ସିମ ନେବା ସମୟରେ ବହୁତ ଛୋଟ ଅକ୍ଷରରେ ଇଙ୍ଗରାଜୀ ଭାଷାରେ ଟର୍ମ କାଣ୍ଡିସନ ଲେଖାଯାଇଛି । ଯାହା ଗ୍ରାହକକୁ ଭବିଷ୍ୟତରେ ଲୁଟିବା ପାଇଁ ସୁବିଧା ହେବ ବୋଲି ଶ୍ରୀ ନାୟକ ମତ ରଖିଥିଲେ । ବର୍ତମାନ ଦେଶରେ ଟେଲିକମ ଉପଭୋକ୍ତା ବଢ଼ିଚାଲିଛି। ସେମାନଙ୍କୁ ଗୁଣାତ୍ମକ ସେବା ଦେବାରେ ଟେଲିକମ କମ୍ପାନୀ ମାନେ ଅସମର୍ଥ । କାରଣ ଗ୍ରାହକ ଅଧିକା ଦୌଡରେ ଥିବା ଯୋଗୁ ପ୍ରତିଦିନ ଗ୍ରାହକ ମାନେ ଦିବା ରାତିରେ ଶୋଷଣର ଶିକାର ହୋଊଛନ୍ତି । ଟ୍ରାଇ ନିୟମ କଡାକଡି ଥିଲେ ମ୍କଧ୍ୟ ଟେଲିକମ କମ୍ପାନୀ , କେବଳ ଅପରେଟର, ଇନ୍ଟାରନେଟ ସେବା ପ୍ରଦାନକାରୀ ଅଣଦେଖା କରୁଛନ୍ତି । ଗ୍ରାହକ ସେବା କେନ୍ଦ୍ର ଗୁଡିକରେ ଅଭିଯୋଗ ପ୍ରଣାଳୀକୁ ସରଳ କରିବା , ଅଧିକ ଟୋଲ ଫ୍ରୀ ନମ୍ବର , ୱାଟତ୍ସ ଆପ୍ପ ନମ୍ବର ଓ ଓଡିଆ ଭାଷାରେ ସୁଗମ୍ୟ କରିବା ଅଧିକରୁ ଅଧିକ ଗ୍ରାହକ ସଚେତନତା କର୍ମଶାଳା କମ୍ପାନୀ କରିବା ଉପରେ ଆୟୋଜନକାରୀ ଅନୁଷ୍ଠାନ ବାର୍ଡ ସମ୍ପାଦକ ଶ୍ରୀ ସାହୁ ମତ ପ୍ରକାଶ କରିଥିଲେ । ଗ୍ରାମଅଞ୍ଚଳରେ ଅଧିକ ଟେଲିକମ ଗ୍ରାହକ ସଚେତନତା ସଭା କରିବା ଉପରେ ଅତିଥି ସମ୍ମନିତ ଶିଶୁ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ବିଷୁପ୍ରିୟା ସେଠୀ ମତପ୍ରକାଶ କରିଥିଲେ । ଭାରତୀୟ ଦୂରସଂଚାର ଲିମିଟେଡରୁ ଏନ,ଭି,ସତୀଶ, ଡ଼ି ସେନାପତି, ଏୟାର ଟେଲ କମ୍ପାନୀର ଯାନୀ ରାଜେଶ କୁମାର,ଜିଓ ଟେଲ କମ୍ପାନୀର ସି,ଏଚ,ମହେଶ ,ଭୋଡାଫୋନର ଟେଲ କମ୍ପାନୀର ରାଜତ୍ରିପାଠୀ, ପ୍ରାଇଭେଟ ଇନ୍ଟାରନେଟ ସେବାପ୍ରଦାନ କାରୀ ସୁଶାନ୍ତ ପାତ୍ର, ତ୍ରିମୂର୍ତୀ କେବଲ ଅପରଟର ଶ୍ରୀପ୍ରଶ୍ନ ପଣ୍ଡା ଯୋଗଦେଇଥିଲେ । ଘୁମୁସର ଅଞ୍ଚଳର ରୁ ବହୁବୁଦ୍ଧିଜୀବୀ, ମହିଳା, ଶ୍ରମିକ ଅନୁଷ୍ଠାନ, ମହିଳା ସଂଘ, ଅଙ୍ଗନବାଡି, ଆତ୍ମାସହାୟକ, ଘୁମୁସର ବେସରକାରୀ ସ୍ବେଛାସେବୀ ମହା ସଂଘ, ଆଇନଜୀବୀ, ଯୁବକସଂଘ, ଅବସର ସୈନିକ ସଂଘ, ବରିଷ୍ଟ ନାଗରିକ ମଞ୍ଚ, ଜିଏନଏଫ , ଛାତ୍ରଛାତ୍ରୀ ଓ ସାମ୍ବାଦିକ ସତାଧିକରୁ ଅଧିକ ଗ୍ରାହକ ସଭାରେ ଉପସ୍ଥିତ ଥିଲେ। ଶେଷରେ ଯୁବ ସ୍ବୋଚ୍ଛାସେବି ଶ୍ରୀ ରଥ ସମସ୍ତଙ୍କୁ ଧନ୍ୟ ବାଦ ଅର୍ପଣ କରିଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୧/୯/୨୦୨୨----୬,୪୦ Sakhigopal News,21/9/2022