Breaking News

ବେଳାଭୁମି ସଫେଇ ପାଇଁ ନିବେଦନ କଲେ ପରିବେଶବିତ


ଡେଲାଙ୍ଗ :ବେଳାଭୂମି ସଫେଇ ବର୍ତମାନ ଅପରିହାର୍ଯ୍ୟ ହୋଇପଡିଛି । ଜନସଚେତନତା ଅଭାବରୁ ପ୍ରତିଦିନ ହଜାର ହଜାର ଟନ ବର୍ଜ୍ୟ ନଦୀ ଓ ସମୁଦ୍ର ରେ ନିକ୍ଷେପ କରାଯାଉଛି । ଯାହାକି ପରିବେଶ ପ୍ରତି ଘୋର ବିପଦ ସୃଷ୍ଟି ହୋଇଛି । କୁଢ଼ କୁଢ଼ ପ୍ଲାଷ୍ଟିକ ଖଣ୍ଡ, ଛିଣ୍ଡା ଜାଲ ସମୁଦ୍ର ଓ ବେଳାଭୂମି ରେ ପଡି ରହିଛି । ଯାହାକି ପରିବେଶକୁ ପୁତିମୟ କରୁଛି ।ଏହାକୁ ଦୃଷ୍ଟିରେ ରଖି ବିଶ୍ୱ ରେ ସେପ୍ଟେମ୍ବର ସତର ତାରିଖ ଦିନ "ବିଶ୍ୱ ବେଳାଭୁମି ସଫେଇ ଦିବସ 'ପାଳନ କରାଯାଉଅଛି ।ଏହି ଅବସରରେ ସବୁଜ ଡେଲାଙ୍ଗ ର ଆବାହକ ପରିବେଶ ପ୍ରେମୀ ତଥା  ଆଇନଜୀବୀ ହୃଷୀକେଶ ପାଢ଼ୀ ବେଳାଭୁମି  ସଫେଇ ପାଇଁ ସମସ୍ତଙ୍କୁ ନିବେଦନ କରିଛନ୍ତି । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୮/୯/୨୦୨୨---- ୫,୪୦ Sakhigopal News,18/9/2022

Blog Archive

Popular Posts