Breaking News

ସ୍ବାମୀ ଙ୍କୁ ବଞ୍ଚାଇବା ପାଇଁ ସ୍ତ୍ରୀର ଆକୁଳ ନିବେଦନ

 ବରଗଡ଼--- ବରଗଡ ଜିଲ୍ଲା ଭେଡେନ ବ୍ଲକ ରୂପାପାଲି ଗ୍ରାମର ଗଣ ଚାନ୍ଦ ଲୁପୁରସିଂହା ଛକ ନିକଟରେ ଏକ ବାଇକ ଦୁର୍ଘଟଣାରେ ଆହାତ ହୋଇଛନ୍ତି।  ବରଗଡ ବିକାଶ ହସ୍ପିଟାଲରେ " ବିଜୁ ସ୍ୱାସ୍ଥ୍ୟ" କାର୍ଡ ଜରିଆରେ ଚିକିତ୍ସାଧିନ ଅଛନ୍ତି। ସେ ଚେତାଶୁନ୍ଯ ଅବସ୍ଥା ରେ ଦୀର୍ଘ ୧୦ ଦିନ ହେଲା ମୃତ୍ୟୁ ସହ ସଂଗ୍ରାମ ଜାରି ରଖିଛନ୍ତି। ଉକ୍ତ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀ ର ହୋଇଥିବା ରୁ ଘରେ ଯାହା ଥିଲା ବିକ୍ରି କରି ଧାର କରଜ କରି ଚିକିତ୍ସା ଜାରି ରଖିଛନ୍ତି । ଏବେ ତାଙ୍କ ହାତ ଖାଲି ।  ଯଦି କୌଣସି ସହୃଦୟ ବ୍ଯକ୍ତି ତଥା ଦାତବ୍ୟ ଅନୁଷ୍ଠାନ ସହଯୋଗ ର ହାତ ବଢ଼ାଇବା ପାଇଁ ଗତ ଚାନ୍ଦ ଙ୍କ ସ୍ତ୍ରୀ ଅଞ୍ଜଳି ଚାନ୍ଦ ଆକୁଳ ନିବେଦନ କରୁଛନ୍ତି । ଭେଡେନ ଥାନା ରେ ଏ ସମ୍ପର୍କରେ ଏକ କେସ ରୁଜୁ କରାଯାଇ 302/Dt 17.9.22.ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

ମୋବାଇଲ ନମ୍ବର- 9348864397 ଯଦି କୌଣସି ବ୍ୟକ୍ତି ବା ଅନୁଷ୍ଠାନ ସାହାଯ୍ୟ କରିବାକୁ ଚାହୁଁଥାନ୍ତି ତାହେଲେ ନିମ୍ନଲିଖିତ ଫୋନ ନମ୍ବର ରେ ଯୋଗାଯୋଗ କରିପାରିବେ ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୪/୯/୨୦୨୨----୬,୪୦    Sakhigopal News,24/9/2022


Blog Archive

Popular Posts