ଜିରାବାଡ଼ି ଗ୍ରାମପଞ୍ଚାୟତରେ ରକ୍ଷକ ତାଲିମ୍ କାର୍ଯ୍ୟକ୍ରମ
ଭଞ୍ଜନଗର---ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଜିରାବାଡ଼ି ଗ୍ରାମର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ରାଜ୍ୟ ସଡକ ପରିବହନ ନିଗମ, ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରସାରିତ ସଡ଼କ ସୁରକ୍ଷା ନିମନ୍ତେ ରକ୍ଷକ କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଜଗନ୍ନାଥ ପ୍ରସାଦ ପଞ୍ଚାୟତ ସମିତି ଅଧ୍ୟକ୍ଷା ଜୟଶ୍ରୀ ସାହୁ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଓଡ଼ିଶା ସରକାରଙ୍କ ଏହା ଏକ ଅଭିନବ କାର୍ଯ୍ୟକ୍ରମ ଯାହାକି ରାସ୍ତାରେ ଘଟୁଥିବା ଦୁର୍ଘଟଣାରେ ଲୋକ ମାନେ ଭୟ ନ କରି ଆହତ ଲୋକଙ୍କୁ ଡାକ୍ତରଖାନାକୁ ନେଲେ ସରକାର ସାହାଯ୍ୟ କାରି ବ୍ୟକ୍ତିଙ୍କୁ ପୁରସ୍କାର ପ୍ରଦାନ କରିବେ ବୋଲି ଅଧ୍ୟକ୍ଷା କହିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଶ୍ରୀ ଶୁଭେନ୍ଦୁ ରଞ୍ଜନ ରାୟ, ଆଞ୍ଚଳିକ ପରିବହନ ଅଧିକାରୀ, ଭଞ୍ଜନଗର ଯୋଗଦେଇ ରକ୍ଷକ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଏହାର ଲକ୍ଷ୍ୟ ସମ୍ପର୍କରେ ଉଦବୋଧନ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପ କୁମାର ପଣ୍ଡା ଏହି ରକ୍ଷକ କାର୍ଯ୍ୟକ୍ରମ ପ୍ରତି ଗ୍ରାମପଞ୍ଚାୟତରେ ଅନୁଷ୍ଠିତ କରିବା ପାଇଁ ମତ ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ଜଗନ୍ନାଥ ପ୍ରସାଦ ଥାନା ଅଧିକାରୀ ଦିଲ୍ଲୀପ ସ୍ୱାଇଁ ଯୋଗଦେଇ କହିଲେ ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନାକୁ ନେଲେ ପୋଲିସ ୧୧୨ ଆମ୍ବୁଲାନ୍ସରେ ନେବା ପାଇଁ ପୋଲିସ୍ ସାହାଯ୍ୟ କରିବେ ବୋଲି କହିଥିଲେ । ଅଥିତି ଭାବେ ଉପାଧ୍ୟକ୍ଷ ରଞ୍ଜିତ କୁମାର ପାତ୍ର ଯୋଗଦେଇ ସରକାରଙ୍କ ରକ୍ଷକ ପ୍ରକଳ୍ପକୁ ଉଚ୍ଚ ପ୍ରଶଂସା କରିଥିଲେ । ସମାଜସେବୀ ଶୂଳପାଣି ଶତପଥୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିରାବାଡ଼ି ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀ ସରୋଜ କୁମାର ନାୟକ ଆୟୋଜନ କରିଥିବାରୁ ଜିରାବାଡ଼ି ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ଶ୍ରୀ କିଶୋର ଚ଼ନ୍ଦ୍ର ପ୍ରଧାନ ସରପଞ୍ଚଙ୍କ ସମେତ ସମସ୍ତ ଅତିଥି ତଥା ଜନସାଧାରଣ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୩/୯/୨୦୨୨---୧୨,୪୦ Sakhigopal News,23/9/2022