ନାତିର ଗାଡି ଧକ୍କା ଖବର ଶୁଣି ଜେଜେମା ର ମୃତ୍ୟୁ; ଅଜଣା ଗାଡ଼ି ଧକ୍କାରେ ଦାଦା ପୁତୁରା ଆହତ
ଭଞ୍ଜନଗର - ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ପେଟ୍ରୋଲ ଟାଙ୍କି ନିକଟରେ ବାଇକ୍ କୁ ଧକ୍କ ଧକ୍କା ଦେଲା ଅଜଣା ଗାଡ଼ି । ଘଟଣା ସ୍ଥଳରେ ଦୁଇ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ଆହତ ଦୁଇଜଣ ଦଦା ଓ ପୁତୁରା ବୋଲି ଜଣାପଡିଛି । ଦଦା ଜିତେନ୍ଦ୍ର ଡାକୁଆ ଓ ପୁତୁରା ଅଶ୍ବିନୀ ଡାକୁଆ । ଖବର ନେବାରେ ଜିତେନ୍ଦ୍ର ଓ ଅଶ୍ବିନୀ କୈଣସି କାମରେ ଭଞ୍ଜନଗର ଆସିଥିଲେ । ନିଜ ଗ୍ରାମ ଜଡାହାଟୁଣୀ କୁ ନିଜ ବାଇକ୍ ଯୋଗେ ଫେରୁଥିଲେ । କୁଲାଡ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଗାଡି ଧକ୍କା ଦେବା ଫଳରେ ବାଇକ୍ ଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଫଳରେ ଉଭୟ ଦାଦା ଓ ପୁତୁରା ଆହତ ହୋଇଥିଲେ । ଉଭୟଙ୍କୁ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଧାର କରି ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଏହି ଖବର ପରିବାର ଲୋକଙ୍କ ନିକଟରେ ପହଞ୍ଚିବା ପରେ ଜିତେନ୍ଦ୍ରଙ୍କ ଜେଜେମା ଙ୍କ ହଠାତ୍ ଅସ୍ବଭାବିକ ଭାବେ ମୃତ୍ୟୁ ହୋଇଛି । ଗୋଟିଏ ପଟେ ନାତି ଦୁଘର୍ଟଣାରେ ଗୁରୁତର ଆହତ ହୋଇ ମେଡିକାଲ ରେ ଚିକିତ୍ସିତ ହେଉଥିବା ବେଳେ , ଅନ୍ୟପଟେ ଜେଜେମାଙ୍କ ଆକସ୍ମିକ ମୃତ୍ୟୁ । ଏନେଇ ସ୍ଥାନୀୟ ଅଞ୍ଚଳରେ ଶୋକରେ ଛାୟା ଖେଳିଯାଇଛି। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୧/୯/୨୦୨୨---୬,୫୦ Sakhigopal News,21/9/2022