ମହାବିଦ୍ୟାଳୟ ପରିଚାଳନା ସମିତିର ପ୍ରଥମ ବୈଠକ ଅନୁଷ୍ଠିତ
ଭଞ୍ଜନଗର--ତେନ୍ତଳିଆ ଶାସନ ଦେବସ୍ଥାନ ମହାବିଦ୍ୟାଳୟ ପରିଚାଳନା ସମିତିର ପ୍ରଥମ ବୈଠକ ଡଃ.ରାଜେନ୍ଦ୍ର ପ୍ରସାଦ ସ୍ବାଇଁଙ୍କ ପୈାରୋହିତ୍ୟରେ ମହାବିଦ୍ୟାଳୟର ପାଠଚକ୍ର ପ୍ରକୋଷ୍ଠ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ପରିଚାଳନା ସମିତିର ସମସ୍ତ ସଭ୍ୟ ଓ ସଭ୍ୟା ଉପସ୍ଥିତ ଥିଲେ । ମହାବିଦ୍ୟାଳୟ ତରଫରୁ ପରିଚାଳନା କମିଟିକୁ ଭବ୍ୟସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ସମିତିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ମହାବିଦ୍ୟାଳୟର ଅନେକ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ବିଶଦ ଭାବରେ ଆଲୋଚନା କରାଯାଇଥିଲା । ଅନେକ ବର୍ଷ ପରେ ପରିଚାଳନା କମିଟିର ବୈଠକ ଅନୁଷ୍ଠିତ ହୋଇଥିବା ହେତୁ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଆନନ୍ଦିତ ହୋଇଥିଲେ । ଶେଷରେ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ପରିଚାଳନା କମିଟିର ସଂପାଦକ ଡଃ.ରମଣୀ ରଂଜନ ମିଶ୍ର ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୮/୯/୨୦୨୨---୮,୫୦ Sakhigopal News,28/9/2022