ସୁଖୀ ଓ ସୁସ୍ଥ ଜୀବନ ପାଇଁ ଯୋଗ ଆବଶ୍ୟକତା
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ମୂଳଅଳସା ଗ୍ରାମ ପଞ୍ଚାୟତର ରାଜୀବଗାନ୍ଧୀ ଭବନ ପରିସରରେ ଅଳଗୁମ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ଓଡିଶା ସହଯୋଗରେ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ସ୍ଥାନୀୟ ସରପଞ୍ଚ ଦେବୀ ପ୍ରସାଦ ଘଟୁଆରୀ ଉଦଘାଟନ କରିଥିଲେ । ଏହି ଶିବିରରେ ଗ୍ରାମର ଯୁବକ ଯୁବତୀ ମାନେ ଅଂଶ ଗ୍ରହଣ କରିଥିଲେ । ଯୋଗ ଗୁରୁ ପ୍ରଶାନ୍ତ କୁମାର ବିଶ୍ୱାଳ ଯୋଗର ଉପକାରିତା ସହିତ ବିଭିନ୍ନ ଆସନପ୍ରଦର୍ଶିତ କରିଥିଲେ । ଏହି ଆସନ କରିବା ଦ୍ୱାରା କି କି ରୋଗରୁ ମୁକ୍ତ ମିଳିଥାଏ ତାହା କହିଥିଲେ । ଏହି କାର୍ଯ୍ୟକ୍ରମକୁ ସ୍ୱାସ୍ଥ୍ୟ ସଚେତନତା କେନ୍ଦ୍ରର ଅଧିକାରିଣୀ ରିତାଞ୍ଜଳୀ ପ୍ରଧାନ, ପୋଷ୍ଟ ମାଷ୍ଟର ଲକ୍ଷ୍ମୀଧର ସେଠୀ ଓ ଅଙ୍ଗନୱାଡି କର୍ମୀ ନମିତା ପ୍ରଧାନ ଶିବିରକୁ ପରିଚାଳନା କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୩/୯/୨୦୨୨---୮,୪୦ Sakhigopal News, 23/9/2022