Breaking News

ଜାତୀୟ ରାଜପଥ ଲୁଟେରା ତିନିଜଣଙ୍କୁ ଗିରଫ କରିଛି ସତ୍ୟବାଦୀ ପୋଲିସ



ସାକ୍ଷୀଗୋପାଳ--- ସତ୍ୟବାଦୀ ପୋଲିସ ତିନିଜଣ ଜାତୀୟ ରାଜପଥ ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଦୁଇଟି କଳା ଓ ନାଲି ରଙ୍ଗର ବାଜାଜା ପଲସର ଓ ୬ଶହ ଟଙ୍କା ୧୧୦ ଗ୍ରାମ ମୁଣ୍ଡା ରୂପା ଓ ମୋବାଇଲି ଜବତ କରିଛି । ସେମାନେ ହେଲେ ସାକିଲ ଶାହା, ଆଜାରୁଦିନ ଶାହା ନିରାକାରପୁର ଥାନା ଖଜୁରିଆ ଗ୍ରାମର ହୋଇଥିବା ବେଳେ ଅନ୍ୟ ଜଣେ ହେଲେ କୈଳାସ ବାରିକ ଗଡିଶାଗଦା ଥାନା ଅନ୍ତର୍ଗତ ବୀରଗୋବନ୍ଦପୁର ଗ୍ରାମର ବୋଲି ଜଣାପଡିଛି ।  ଏମାନେ ପୁରୀ- ଭୁବନେଶ୍ୱର ସତ୍ୟବାଦୀ ଥାନା ଅଥିନରେ ଜାତୀୟ ରାଜପଥ ଉପରୁ ମହିଳା ଯାତ୍ରୀଙ୍କ ଠାରୁ ଭ୍ୟାନିଟ ଓ ସୁନା ଚେନ ଲୁଟ କରିଥାନ୍ତି ।  ୨୯/୪ ଓ ୪/୯ରେ ଦୁଇଟି କେସ ସତ୍ୟବାଦୀ ଥାନାରେ ଅଭିଯୋଗ ହେବା ପରେ ସତ୍ୟବାଦୀ ପୋଲିସ ଏହି ଲୁଟେରା ମାନଙ୍କୁ ଠାବ କରି ଗିରଫ କରିବାରେ ସଫଳ ହୋଇଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୯/୯/୨୦୨୨---୮,୫୫     Sakhigopal News, 19/9/2022

Blog Archive

Popular Posts