ସାଙ୍ଗ ନେଲା ସାଙ୍ଗର ଜୀବନ
ଜଟଣୀ --ସ୍ଥାନୀୟ ୧୨ ନଂ ୱାର୍ଡର ଗୋରା ଧର୍ମସାଗର ଠାରେ ଥିବା ମିଲପୋଖରୀ ନିକଟରେ ଘଟିଛି ଏକ ବିଭତ୍ସ ହତ୍ୟାକାଣ୍ଡ । ମୃତକ ହେଲେ ସ୍ଥାନୀୟ ଗଜପତି ନଗର ବାସିନ୍ଦା ଜି. ଈଶ୍ୱର ରାଓ । ସୂଚନା ଅନୁସାରେ ଗତ ତା -14/09/22 ରିଖ ବୁଧବାର ସନ୍ଧ୍ୟା ୭ ଘଟିକା ପରେ ପରିବା ଆଣିବା କହି ସେ ଘରୁ ବାହାରିଥିଲେ । ତା ପରଠାରୁ ସେ ଘରକୁ ଫେରି ନଥିଲେ । ସେହିଦିନ ରାତି ୧0. ୩0 ମନିଟ ସମୟରେ ଜି. ଈଶ୍ୱର ରାଓ ବ୍ୟବହାର କରୁଥିବା ଫୋନରୁ ଏକ ଅଜଣା ବ୍ୟକ୍ତି ଫୋନ କରି କହିଲେ ଈଶ୍ୱର ରାଓଙ୍କ ଖଣ୍ଡ ବିଖଣ୍ଡିତ ଶରୀର ବରୁଣେଇ ପାହାଡ ନିକଟରେ ପଡିଛି । ଏହା ପରେ ପରିବାର ଲୋକେ ଜଟଣୀ ଥାନାରେ ଅଭିଯୋଗ କରି ବରୁଣେଇ ଯାଇ ଖୋଜାଖୋଜି କରିଥିଲେ କିନ୍ତୁ କୌଣସି ପତ୍ତା ମିଳିନଥିଲା । ପରିବାର ଲୋକେ ଈଶ୍ୱର ରାଓ ଙ୍କ ଘନିଷ୍ଠ ବନ୍ଧୁ ବକ୍ସିସ ସିଂ ମେହେରଙ୍କ ଉପରେ ସନ୍ଦେହ ଥିବା ପୋଲିସ ନିକଟରେ ପ୍ରକାଶ କରିଥିଲେ । ଏହି ପରିପ୍ରେକ୍ଷୀରେ ପୋଲିସ ମେହେର ଙ୍କୁ ଖୋଜା ଖୋଜି କରି ସୀତାରାମ ଛକ ଠାରେ ତାକୁ କାବୁ କରି ଥାନାକୁ ନେଇ ପଚାରିବାରୁ ସେ ନିଜେ ସବୁକଥା ସ୍ୱୀକାର କରିଥିଲା । ଅଭିଯୁକ୍ତ କହିବା ଅନୁଯାୟୀ ଦୁହେଁ ମିଶି ବୁଧବାର ରାତିରେ ମିଲ ପୋଖରୀ ନିକଟରେ ମଦ୍ୟପାନ କରିଥିଲେ । କୌଣସି କାରଣରୁ ଦୁହିଁଙ୍କ ମଧ୍ୟରେ ଯୁକ୍ତି ତର୍କ ଘଟିବାରୁ ସେ ରାଗରେ ପକଟରେ ରଖିଥିବା ଏକ ବ୍ଲେଡରେ ଈଶ୍ୱର ରାଓ ବେକକୁ କାଟିଥିଲା ପରେ ରାଗ ଶାନ୍ତ ନହେବାରୁ ପଥରରେ ଛେଚି ମାରି ସେଠାରୁ ଚମ୍ପଟ ମାରିଥିବା ପ୍ରକାଶ କରିଥିଲା । ଏହା ପରେ ପୋଲିସ ଅଭିଯୁକ୍ତକୁ ନେଇ ଘଟଣା ଘଟାଇଥିବା ସ୍ଥାନକୁ ଯାଇ ସେଠାରେ ବ୍ୟବହାର କରିଥିବା ପଥର ଖଣ୍ଡ ଏବଂ ବ୍ଲେଡ ଜବତ କରିଥିଲେ । ମୃତକ ଜି. ଈଶ୍ୱର ରାଓଙ୍କ ଭାଇ ଜି. ଚିଣ୍ଟି ରାଓ ଦେଇଥିବା ଅଭିଯୋଗକୁ ଭିତ୍ତି କରି କେସ ନଂ 336/22 ରେ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ଜଟଣୀ ପୋଲିସ ।
ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୭/୯/୨୦୨୨---୮,୪୦ Sakhigopal News,17/9/2022