Breaking News

ବରକେରା ବିଦ୍ୟାଳୟରେ ବିଶ୍ଵ ଓଜୋନ ଦିବସ ପାଳିତ

  ଡେଲାଙ୍ଗ---  ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ
ମୁନିନ୍ଦା ଗ୍ରାମ ପଞ୍ଚାୟତର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ ବିଶ୍ଵ ଓଜୋନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ସଚେତନତା ସଭା ଅନୁଷ୍ଠିତ ସୋଇଥିଲା।ଉକ୍ତ ସଭାରେ ସଭାପତିତ୍ବ କରିଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ  ପ୍ରଦିପ କୁମାର ସେଠୀ। ଏଥିରେ ଯୋଗଦେଇଥିଲେ ଶିକ୍ଷକ ମିଟୁ କିଶୋର ପ୍ରଧାନ, ବିରଞ୍ଚିନାରାୟଣ ବରାଳ, ସୁଧୀର କୁମାର ଜେନା, ପୁରୁଷୋତ୍ତମ ନାୟକ, ଶିକ୍ଷୟିତ୍ରୀ ମଞୁଲତା ପ୍ରଧାନ, ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି  ପବିତ୍ର ମୋହନ ପରିଡା ପ୍ରମୁଖ ଯୋଗଦେଇଥିଲେ। ବିଶ୍ଵରେ ପ୍ରତିବର୍ଷ ସେପ୍ଟେମ୍ୱର ୧୬ତାରିଖରେ ବିଶ୍ଵ ଓଜୋନ ଦିବସ ପାଳିତ ହୁଏ। ଏହା ୧୯୯୪ମସିହାରୁ ପାଳିତ ହୋଇଆସୁଅଛି। ଏହି ଦିବସର ଉଦ୍ଦେଶ୍ୟ ହେଲା ବାୟୁମଣ୍ଡଳକୁ ଘେରି ରହିଥିବା ଓଜୋନ ସ୍ତରର ସଂରକ୍ଷଣ କରିବା ସହିତ ଏହାର ଭୟାବହତା ସଂପର୍କରେ ବିଶ୍ଵବାସୀଙ୍କୁ ସଚେତନ କରାଇବା। ପୃଥିବୀରେ ଅଙ୍ଗାରକାମ୍ଳର ମାତ୍ରା ବୃଦ୍ଧି ହେଲେ କିମ୍ବା ସଉରପବନ ହେଲେ ଅନେକ ସମୟରେ ଓଜୋନ ସ୍ତରର କ୍ଷତି ହୋଇଥାଏ।ଫଳରେ ଓଜୋନ ସ୍ତର ଦେଇ ଅତିବାଇଗିଣି ରଶ୍ମି ଭୂପୃଷ୍ଠରେ ପ୍ରବେଶ କରିଥାଏ।ଫଳରେ ଏହାର ପ୍ରଭାବ ଜୀବଜଗତ ଉପରେ ସିଧାସଳଖ ପଡିଥାଏ ଯେପରିକି ଚର୍ମରୋଗ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ।ସର୍ବ ଶେଷରେ ବିରଞ୍ଚିନାରାୟଣ ବରାଳ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ବିଦ୍ୟାଳୟ ପ୍ରାଙ୍ଗଣରେ ବୃକ୍ଷ ରୋପଣ କରାଯାଇଥିଲା।
ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୬/୯/୨୦୨୨---୯,୪୦ Sakhigopal News,16/9/2022

Blog Archive

Popular Posts