ବ୍ଲକସ୍ତରୀୟ ୧୭ ବର୍ଷରୁ କମ ବୟସ୍କ ଫୁଟବଲ ଖେଳାଳୀ ଚୟନ
ଜଟଣୀ ----ବ୍ଲକ ଅଧୀନ ମଦନ ପୂର ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ବ୍ଲକସ୍ତରୀୟ ୧୭ ବର୍ଷୀୟ କମ ବିଦ୍ୟାଳୟର ବାଳକ ଓ ବାଳିକା ଖେଳାଳୀଙ୍କ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜଟଣୀ ବ୍ଲକର ୧୫ ଟି ବିଦ୍ୟାଳୟର ସମୁଦାୟ ଶହେ ଚାଳିଶି ଜଣ ବାଳକ ବାଳିକା ପ୍ରତିଯୋଗୀତାରେ ଭାଗ ନେଇଥିଲେ । ଏହି ପ୍ରତିଯୋଗୀ ମାନଙ୍କୁ ନେଇ ୧୫ଟି ଦଳରେ ଭାଗକରି ୧୫ ଜଣ ପିଟି ଶିକ୍ଷକ ପ୍ରଶିକ୍ଷଣ ଦେଇଥିଲେ । ଶେଷରେ ଶହେ ଚାଳିଶି ଜଣଙ୍କ ମଧ୍ୟରୁ ଦୁଇଟି ଦଳର ଖେଳାଳୀ ଭାବେ ୩0 ଜଣ ବାଳକ ଓ ବାଳିକା ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିଲେ । ଏହାପରେ ଖେଳାଳିମାନେ ଖୋର୍ଦ୍ଧା ଜିଲ୍ଲାର ସମୁଦାୟ ବ୍ଲକ ସ୍ତରୀୟ ଫୁଟବଲ ପ୍ରତିଯୋଗିତାରେ ଭାଗ ନେଇ ଖୋର୍ଦ୍ଧା ଜିଲ୍ଲା ଫୁଟବଲ ଦଳ ପାଇଁ ଚୟନ ହୋଇ ଓଡ଼ିଶାର ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ । ଏହି ଭଳି ଆଗକୁ ଆଗକୁ ଖେଳି ଛାତ୍ରଛାତ୍ରୀ ମାନେ ଉଚ୍ଚତର ଖେଳ ପଦର୍ଶନ କରି ରାଜ୍ୟ ତଥା ଦେଶର ଏକ କୀର୍ତ୍ତିମାନ ଖେଳାଳୀ ରୂପେ ପରିଗଣିତ ହୋଇପାରିବେ । ଏଭଳିଭାବେ ପ୍ରତିବର୍ଷ ଚୟନ ଶିବିର ଅନୁଷ୍ଠିତ ହେଲେ ବ୍ଲକ ସ୍ତରୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଲୁକାୟିତ ପ୍ରତିଭା ବାହାରକୁ ବାହାରିବ ବୋଲି ଜନସାଧାରଣରେ ଚର୍ଚ୍ଚା ଚାଲିଛି । ଏହି ଚୟନ ଶିବିରରେ ମୁଖ୍ୟ ଅତିଥୀ ରୂପେ ଜଟଣୀ ଗୋଷ୍ଠୀ ଅଧିକାରିଣୀ ରଶ୍ମିବାଳା ପରିଡା ଏବଂ ସମ୍ପାଦକ ଭାଗିରଥି ଜେନା ଯୋଗଦେଇ ବିବରଣୀ ପାଠ କରିଥିଲେ । ଚୟନ କର୍ତ୍ତା ରୂପେ କେଦାର ବରାଳ, ଭାଗିରଥି ଜେନା ଏବଂ ବସ୍ତିଆ ସାର ଉପସ୍ଥିତ ରହିଥିଲେ। ପ୍ରମୋଦ କୁମାର ରାଉତ, ଗଣେଶ୍ୱର ବେହେରା, ସୁଭଦ୍ରା ମଲ୍ଲିକ, ବାସୁଦେବ ପରିଡା ପ୍ରମୁଖ ଚୟନ ଶିବିରକୁ ସଫଳ କରିଥଲେ ।
ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୮/୯/୨୦୨୨---୮,୧୦
Sakhigopal News,28/9/2022