ମନ୍ଦିର ପ୍ରତିଷ୍ଠାର ପ୍ରଥମ ବାର୍ଷିକ ଉତ୍ସବ, ପୁସ୍ତକ ଲୋକାର୍ପଣ ଓ ବୃକ୍ଷରୋପଣ
ଡେଲାଙ୍ଗ : ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ଆଙ୍କୋଇ ଗ୍ରାମ ରେ ପ୍ରଥମ ବାର୍ଷିକ ମନ୍ଦିର ପ୍ରତିଷ୍ଠା ଉତ୍ସବ ନୀଳମଣୀ ମହାପାତ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ।ମୁଖ୍ୟଅତିଥିଭାବେ ନାଲକୋ ର ଅବସରପ୍ରାପ୍ତ ଅର୍ଥବିଭାଗର ନିର୍ଦ୍ଦେଶକ ସନ୍ତୋଷ କୁମାର ଦାଶ, ବିଶିଷ୍ଟ ଅତିଥି ଭବେ ନାଟ୍ୟକାର ତଥା ଶିଶୁସାହିତ୍ୟିକ ଡ଼ଃ ହେମନ୍ତ କୁମାର ଛୋଟରାୟ, ଉତ୍କଳସମ୍ମିଳନୀ ପୁରୀ ଜିଲ୍ଲା ଶାଖାର ସଭାପତି କବି ତଥା ଗବେଷକ ଭିମସେନ ମହାପାତ୍ର, ଗୁଆଳିପଡ଼ା ସରପଞ୍ଚ ଙ୍କ ପ୍ରତିନିଧି ହରେକୃଷ୍ଣ ସ୍ୱାଇଁ, ସବୁଜ ଡେଲାଙ୍ଗ ଟ୍ରଷ୍ଟ ର ଆବାହକ ଆଇନଜୀବୀ ହୃଷୀକେଶ ପାଢ଼ୀ, ମୋଟରୀ ସରପଞ୍ଚ ମାର୍କଣ୍ଡ ମଙ୍ଗରାଜ ଓ ସମିତିସଭ୍ୟ ଲଲାଟକେଶରୀ ଜେନା, ଶିଶୁସାହିତ୍ୟିକା ଶିକ୍ଷୟିତ୍ରୀ ଲଷ୍ମୀପ୍ରିୟା ଦାଶ, ସମାଜସେବୀ କିଶୋର ପ୍ରଧାନ, ସୌଭାଗିନୀ ମହାପାତ୍ର, ଦିବାକର ଷଡ଼ଙ୍ଗୀ, ସ୍ୱର୍ଣଳତା ସାହୁ, ଦିବାକର ବେହେରା ପ୍ରମୁଖ ଯୋଗ ଦେଇ ବାବା ଗୋରଖନାଥ ଙ୍କ ମହିମା ସହ ନିଜ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ ।ତ୍ରୟମାସିକ ପତ୍ରିକା " ସିଦ୍ଧ ବିଶ୍ୱ 'ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଏହିଅବସରରେ ନୀଳଚକ୍ର ପ୍ରକାଶନ ବୋଳକଣା ପକ୍ଷରୁ ବିଶିଷ୍ଟ ସାରସ୍ୱତ ସାଧକ ଫକୀର ଚରଣ ପାଢ଼ୀଙ୍କର ପୁସ୍ତକ - " ସାହିତ୍ୟ :ଜଣା ଅଜଣା ଅତିଥିମାନଙ୍କ ଦ୍ୱାରା ଲୋକାର୍ପଣ ହୋଇଥିଲା |ଡ଼ଃ ହେମନ୍ତ କୁମାର ଛୋଟରାୟ ପୁସ୍ତକ ସମୀକ୍ଷା ସହ ଲେଖକ ଙ୍କ ବିଷୟ ରେ ସୁବିସ୍ତୃତ ଆଲୋଚନା କରିଥିଲେ । ନୀଳଚକ୍ର ପ୍ରକାଶନ ର ସଭାପତି ଡ଼ଃ କ୍ଷେତ୍ରବାସୀ ପ୍ରଧାନ ଅତିଥିପରିଚୟ ପ୍ରଦାନ କରିଥିଲେ । ପ୍ରକୃତିବନ୍ଧୁ ଆଇନଜୀବୀ ହୃଷୀକେଶ ପାଢ଼ୀ ଭୁତଳ ଜଳସ୍ତର ଶୁଦ୍ଧିକରଣ ଓ ଭୁତଳ ଜଳସ୍ତର ବୃଦ୍ଧି ଯଂଜ୍ଞରେ ସାମିଲ ହୋଇ ଅତିଥିମାନଙ୍କୁ ବୃକ୍ଷ ଦେଇ ପ୍ରକୃତି ଓ ପରିବେଶ ସଂରକ୍ଷଣ କରିବାପାଇଁ ସମ୍ୟକ ଆଲୋଚନା କରିବାସହ ଗୋଟିଏ ଗୋଟିଏ ଗଛ ଲଗାଇବା ପାଇଁ ନିବେଦନ କରିଥିଲେ। ରାଧା କୃଷ୍ଣ ଖୁଣ୍ଟିଆ, ଡ଼ଃ କ୍ଷେତ୍ରବାସୀ ପ୍ରଧାନ, ଦିଲ୍ଲୀପ ବାରିକ, ରମେଶ ପରିଡା, ଗଣେଶ ବାରିକ, ଯମୁନା ସାହୁ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରସାଦ ସେବନ ପରେ ପୀଠ ପରିସରରେ ବକୁଳ, ଆମ୍ବ, ଶେପଟା, ବୃକ୍ଷସହ ବିଭିନ୍ନ କିସମର ଫୁଲଚାରା ରୋପଣ କରାଯାଇଥିଲା ।
ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୦/୯/୨୦୨୨----୬,୪୦ Sakhigopal News,20/9/2022