Breaking News

ଓଡିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ଭାରତ ଯୋଡୋ" ଯାତ୍ରା ର ପ୍ରସ୍ତୁତି ସଭା

 
ବରଗଡ଼----  ଓଡିଶା ପ୍ରଦେଶ କଂଗ୍ରେସ ଅଫିସ ଭୂବନେଶ୍ବର ଠାରେ ଓଡିଶା ର "ଭାରତ ଯୋଡୋ" ଯାତ୍ରା ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ର ସଭାପତି ଶରତ ପଟ୍ଟନାୟକ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଜୟ ରାମ ରମେଶ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ପୂର୍ବତନ ମଧ୍ୟପ୍ରଦେଶ ର ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ଯୋଗ ଦେଇଥିଲେ।ଏହି ସମୟରେ ଓଡିଶା କମିଟି ସଭ୍ଯ ଭାବରେ ଭେଡେନ ବ୍ଲକ କଂଗ୍ରେସ କମିଟି ସଭାପତି ରମେଶ ଚନ୍ଦ୍ର ପଣ୍ଡା ଙ୍କୁ ମନୋନୀତ କରାଯାଇଥିଲା। ଏହି ଅବସରରେ ରମେଶ ଚନ୍ଦ୍ର ପଣ୍ଡା ପ୍ରଦେଶ କଂଗ୍ରେସ କମିଟି ର ସଭାପତି ଶରତ ପଟ୍ଟନାୟକ ଓ ବରଗଡ ଜିଲ୍ଲା କଂଗ୍ରେସ କମିଟି ସଭାପତି ତଥା ଅତାବିରା ପୂର୍ବତନ ବିଧାୟକ ନିହାର ରଞ୍ଜନ ମହାନନ୍ଦ ଓ ବରଗଡ ଜିଲ୍ଲା କଂଗ୍ରେସ କମିଟି ଠାରେ ରମେଶ ଚନ୍ଦ୍ର ପଣ୍ଡା କୃତଜ୍ଞତା ଜଣାଇଥିଲେ। ଏହି ସମୟରେ ବରଗଡ ଲୋକସଭା କଂଗ୍ରେସ ପ୍ରାର୍ଥୀ ପ୍ରଦୀପ୍ତ କୁମାର ଦେବତା, ପୂର୍ବତନ ମୁଖ୍ୟ ସଚେତକ ସତ୍ଯ ଭୁଷଣ ସାହୁ ଓ ଭେଡେନ ବ୍ଲକ କଂଗ୍ରେସ କମିଟି ର ମାଧବାନନ୍ଦ ସାହୁ ଓ ଲକ୍ଷ୍ମୀନାରାୟଣ ପାଢୀ ପ୍ରମୁଖ ଉପସ୍ଥିତ ରହିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୨/୯/୨୦୨୨-----

Blog Archive

Popular Posts