Breaking News

ଡେଲାଙ୍ଗ ଥାନା ପରିସରରେ ରକ୍ଷକ ତାଲିମ ଶିବିର


 
ଡେଲାଙ୍ଗ --- ରାଜ୍ୟ ବାଣିଜ୍ୟ ଓ ପରିବହନ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକ୍ରମେ ଡେଲାଙ୍ଗ ଥାନା ପରସରରେ  ଅଭ୍ୟର୍ଥନା କକ୍ଷ ରେ ଦ୍ୱିତୀୟ ପର୍ଯ୍ୟାୟ "ରକ୍ଷକ" ତାଲିମ୍ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କର୍ମଶାଳାରେ ରାସ୍ତାକଡ ଦୋକାନି, ଗାଡି ଚାଳକ ଓ ପୋଲିସ୍ କର୍ମଚାରୀ ମାନଙ୍କୁ ଦୁର୍ଘଟଣା ସମୟରେ ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିର ରକ୍ତସ୍ରାବ ପରିଚାଳନା,ଆବଶ୍ୟକ ସ୍ୱାସ୍ଥ୍ୟଗତ ପ୍ରାଥମିକ ଉପଚାର ଓ ଦୁର୍ଘଟଣା ଜନିତ ସରକାରଙ୍କ ବିଦ୍ଧିବ୍ୟବସ୍ଥା ସମ୍ପର୍କରେ ପରିବହନ ବିଭାଗ ତରଫରୁ ରକ୍ଷକ ତାଲିମ ପ୍ରଶିକ୍ଷକ ଅଧ୍ୟାପକ ତ୍ରିନାଥ ପରିଡା ସବିଶେଷ ତାଲିମ ପ୍ରଦାନ କରିଥିଲେ। ମୂଖ୍ୟ ଅତିଥି ଭାବରେ ଜିଲ୍ଲା ମୋଟର ଯାନ ନିରୀକ୍ଷକ  ବାମଦେବ ସାହୁ ଯୋଗ ଦେଇଥିଲାବେଳେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ସହକାରୀ ମୋଟର ଯାନ ନିରୀକ୍ଷକ ଅମିତ କୁମାର ରଣା ଓ ଡେଲାଙ୍ଗ ଥାନାଧିକାରୀ ଅନିଲ୍ କୁମାର ମହାନ୍ତି ଯୋଗଦେଇଥିଲେ । ରକ୍ଷକ କାର୍ଯ୍ୟକ୍ରମ ର ବିଭିନ୍ନ ଦିଗ ଓ ଉଦ୍ଧେଶ୍ୟ ବିଷୟରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ହାଟ ଡେଲାଙ୍ଗ ଫାଣ୍ଡି ଅଧିକାରୀ ଧନପତି ପିଙ୍ଗ ,ସବ୍ ଇନିଷପେକ୍ଟର ପ୍ରଭୂପାଦ ବିଶ୍ୱାଳ ପ୍ରମୂଖ ଆଲୋଚନା ରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଜନସାଧାରଣଙ୍କୁ ରାସ୍ତାନିରାପତ୍ତା ର ଆବଶ୍ୟକତା ବିଷୟରେ ଉଲ୍ଲେଖ କରିଥିଲେ। ଡେଲାଙ୍ଗ ଥାନା ର ସମସ୍ତ କର୍ମଚାରୀ,ଦୋକାନୀଓ ଗାଡି ଚାଳକ ମାନେ ଏହିତାଲିମ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଅନେକ ତଥ୍ୟ ଓ କୌଶଳ ଶିକ୍ଷାଲାଭ କରିଥିଲେ । ଆୟୋଜକ ଡେଲାଙ୍ଗ ଥାନାଧିକାରୀ,ଜିଲ୍ଲା ପରିବହନ ବିଭାଗ, ରାଜ୍ୟ ରେଡକ୍ରସ୍ ଓ ପ୍ରଶିକ୍ଷକ ଙ୍କୁ ଧନ୍ୟବାଦ ସହିତ ଦୁର୍ଘଟଣା ଗ୍ରସ୍ତ ଅକୁଣ୍ଠ ରେ ସାହାର୍ଯ୍ୟ କରିବାକୁ ଆଗେଇ ଆସିବାକୁ ଶପଥ ନେଇଥିଲେ। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୮/୯/୨୦୨୨----୮,୪୫    Sakhigopal News,18/9/2022

Blog Archive

Popular Posts