ଖୋର୍ଦ୍ଧା ରୋଡ଼ ମଣ୍ଡଳ ଦ୍ୱାରା “ହିନ୍ଦୀ ଦିବସ” ପାଳିତ
ଜଟଣୀ --1949 ମସିହାରେ ଭାରତର ସାମ୍ବିଧାନିକ ସଭା ଦ୍ୱାରା ହିନ୍ଦୀ ଭାଷା ଭାରତର ସରକାରୀ ଭାଷା ଭାବରେ ଘୋଷିତ ହେଲା । ତା ପରଠାରୁ ପ୍ରତିବର୍ଷ 14 ସେପ୍ଟେମ୍ବରରେ ହିନ୍ଦୀ ଦିବସ ପାଳନ କରାଯାଏ। କର୍ମଚାରୀଙ୍କ ମଧ୍ୟରେ ହିନ୍ଦୀ ଭାଷା ଏବଂ ସାହିତ୍ୟକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଖୋର୍ଦ୍ଧା ରୋଡ଼ ମଣ୍ଡଳ ହିନ୍ଦୀ ଦିବସ ପାଳନ କରୁଛି । ଏବଂ 14.09.2022 ରୁ 20.09.2022 ପର୍ଯ୍ୟନ୍ତ “ହିନ୍ଦୀ ସପ୍ତାହ” ପାଳନ କରୁଛି । ଖୋର୍ଦ୍ଧା ରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ, ଶ୍ରୀ ରିଙ୍କେଶ ରୟ ହିନ୍ଦୀ ସପ୍ତାହ ର ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀ ଅଶୋକ କୁମାର, ଅତିରିକ୍ତ ମୁଖ୍ୟ ରାଜଭାଷା ଅଧିକାରୀ ଏବଂ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନଫ୍ରା), ଶ୍ରୀ କଲ୍ୟାଣ ପଟ୍ଟନାୟକ, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ପରିଚାଳନା), ସମସ୍ତ ଶାଖା ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ । ଏହି ଅବସରରେ ଶ୍ରୀ ରିଙ୍କେଶ ରୟ କହିଛନ୍ତି ଯେ ହିନ୍ଦୀ ହେଉଛି ଏପରି ଭାଷା ଯାହା ସମଗ୍ର ଦେଶକୁ ଏକତ୍ର କରିଥାଏ। ସମସ୍ତେ ହିନ୍ଦୀ ସପ୍ତାହ ପାଳନ କରିବା ସହିତ ସରକାରୀ କାର୍ଯ୍ୟରେ ହିନ୍ଦୀକୁ ଯଥାସମ୍ଭବ ବ୍ୟବହାର କରିବା ପାଇଁ ହାତ ମିଳାଇବା ଉଚିତ୍ । ସରକାରୀ କାର୍ଯ୍ୟରେ କର୍ମଚାରୀଙ୍କ ଦ୍ୱାରା ହିନ୍ଦୀ ଭାଷାର ବ୍ୟବହାର ବୃଦ୍ଧି ପାଇଁ, ରାଜଭାଷା ବିଭାଗ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ପାଇଁ ସେ ରାଜଭାଷା ବିଭାଗକୁ ଅଭିନନ୍ଦନ ଜଣାଇଛନ୍ତି।
ଖୋର୍ଦ୍ଧା ରୋଡ଼ ମଣ୍ଡଳ ର ରାଜ ଭାଷା ଅଧିକାରୀ ଶ୍ରୀମତୀ ଉଷା ରାଣୀ ମାନ୍ୟବର ରେଳମନ୍ତ୍ରୀ ହିନ୍ଦୀ ଦିବସ ଅବସରରେ ଦେଇଥିବା ବାର୍ତ୍ତା ମୂଲ୍ୟାଙ୍କନ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମ ରେ କର୍ମଚାରୀଙ୍କ ପାଇଁ ହିନ୍ଦୀ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏକ ସପ୍ତାହ ଧରି ପାଳନ କରାଯିବାକୁ ଥିବା ହିନ୍ଦୀ ସପ୍ତାହରେ ଖୋର୍ଦ୍ଧା ରୋଡ଼ ମଣ୍ଡଳ ର ରାଜ ଭାଷା ବିଭାଗ ଦ୍ୱାରା କର୍ମଚାରୀଙ୍କ ପାଇଁ ହିନ୍ଦୀ ପ୍ରବନ୍ଧ, ବିତର୍କ, ନୋଟିସ୍-ଡ୍ରାଫ୍ଟ, ରାଜଭାଷା ଉପରେ ଜ୍ଞାନ ଏବଂ ହିନ୍ଦୀ କର୍ମଶାଳା ଭଳି ପ୍ରତିଯୋଗିତା ଆୟୋଜିତ କରାଯିବ ।
ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୪/୯/୨୦୨୨---୧୦,୨୫ Sakhigopal News,14/9/2022