ସାକ୍ଷୀଗୋପାଳ---- ଅଳଗୁମ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବା ରାସ୍ତା ଏବେ ଖାଲଖମା ହୋଇଛି । ରାସ୍ତା ଅବସ୍ଥା ଅତି ବିପଦପୂର୍ଣ୍ଣ ହୋଇପଡିଛି । ଏହି ସ୍ୱାସ୍ଥ୍ୟ କେନ୍ଦ୍ରିଟି ସାକ୍ଷୀଗୋପାଳ ସ୍ୱାସ୍ଥ୍ୟ କେନ୍ଦ୍ର ସହିତ ଅନ୍ୟ ଉପସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଓ କର୍ମଚାରୀ ମାନଙ୍କର ଦରମା ବିଲ କରିବା ସହ ଆଶା ଦିଦି ମାନଙ୍କର ଅର୍ଥ ସହିତ ଜନ୍ମ ଓ ମୃତ୍ୟୁ ପ୍ରମାଣ ପତ୍ର ଏଠାରେ ପ୍ରଦାନ କରାଯାଇଥାଏ । ଅଳଗୁମ ଦନେଇବାଙ୍କ ଠାରୁ ଭୀମପୁର ପର୍ୟ୍ୟନ୍ତ ଏକ ପ୍ରଧାନମନ୍ତ୍ରୀ ଗାମ୍ୟ ସଡକ ଯାଇଛି । ବସନ୍ତମାଳ ଗ୍ରାମ ମୁଣ୍ଡରୁ ବା ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡକ ଠାରୁ ସ୍ୱାସ୍ଥ୍ୟ କେନ୍ଦ୍ରର ଦୂରତା ପ୍ରାୟ ୩ଶହ ମିଟର । ଏହି ରାସ୍ତାଟି ଆଗରୁ ଗୋଡି ସିମେଣ୍ଟ ଡଳେଇ ରାସ୍ତା ରହିଛି । ଏବେ ଏହି ରାସ୍ତା ଖାଲ ଖମା ହେବା ସହ ଦବି ଯାଇଛି । ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ୫ଗୋଟି ପଞ୍ଚାୟତର ପ୍ରାୟ ୫୦ ହଜାର ଲୋକ ନିର୍ଭର କରିଥାନ୍ତି । ଲୋକମାନେ ରୋଗ ସହିତ ଜନ୍ମ ମୃତ୍ୟୁ ପ୍ରମାଣପତ୍ର ପାଇଁ ଯାଇଥାନ୍ତି । ମାତ୍ର ରାସ୍ତାରେ ଅସବଧାନତା ହେଲେ ରାସ୍ତାରେ ସୃଷ୍ଟି ହୋଇଥିବା ଖାଲରେ ପଡିଥାନ୍ତି । ତୁରନ୍ତ ରାଜକିଶୋର ସାହୁ, ପ୍ରମୁଖ ପୁରୀ ଜିଲ୍ଲାପାଳ ଏହି ରାସ୍ତା ଉପରେ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୬/୯/୨୦୨୨ Sakhigopal News, 26/9/2022