ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ମହୁରା ପଞ୍ଚାୟତର ଦୁବାଇପୁର ଠାରେ ଥିବା ସ ମିଲ ଛକରେ ଏକ ଗ୍ୟାରେଜକୁ କୌଣସି ଦୁର୍ବୁତ୍ତ ବିଳମ୍ବିତ ରାତିରେ ନିଆଁ ଲଗାଇ ଦେଇଛନ୍ତି। ଖବର ପାଇ ପୁରୀରୁ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ । ସେତେବେଳେକୁ ଗ୍ୟାରେଜ ରେ ଥିବା ଲକ୍ଷାଧିକ ଟଙ୍କାର ପାଣି ମୋଟର,ଦୁଇ ଚକିଆ ଯାନର ଯନ୍ତ୍ରପାତି,ଟିଭି, ସ୍ପେୟାର ସବୁ ଜଳି ପୋଡ଼ି ପାଉଁଶ ହୋଇ ଯାଇଛି।ବଳଙ୍ଗା ଥାନାରେ ଲିଖିତ ଅଭିଯୋଗ ପରେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୫/୯/୨୦୨୨----୮,୧୦