ସାକ୍ଷୀଗୋପାଳ ନିଉଜର ପ୍ରଭାବ ; ଖବର ପ୍ରକାଶିତ ହେବା ପରେ ଏଲଆଣ୍ଡଟି କମ୍ପାନୀ ରାସ୍ତା କାମ କଲା
ସାକ୍ଷୀଗୋପାଳ----ଜୟପୁର- ସାରଙ୍ଗଯୋଡି ରାସ୍ତାର ବିଶ୍ୱନାଥପୁର ଛକରେ ମେଗା ପାନୀୟ ଜଳ ପ୍ରକଳ୍ପ କାମ ନେଇଥିବା ଏଲଆଣ୍ଡଟି କମ୍ପାନୀ ପାନୀୟ ଜଳ ଯୋଗାଣ ପାଇଁ ପାଇପି ବିଛାଉଛି । ପାଇପି ପକାଇବା ପରେ ରାସ୍ତା ବା ଗୋଡି ସିମେଣ୍ଟ ଡଲେଇ ରାସ୍ତାକୁ କେବଳ ମାଟି ପକାଇ ଦେଇ ଯାଉଛି । ଯାହା ଫଳରେକି ବର୍ଷା ହେଲେ ରାସ୍ତା ଦବି ଯାଉଛି । ଦୁଘଁଟଣା ମାନ ଘଟୁଛି । ଏହାକୁ ନେଇ ବିଶ୍ୱନାଥପୁର ଗ୍ରାମର କିଛି ଉଦୀୟମାନ ଯୁବକ ଅଭିଯୋଗ କରିଥିଲେ । ମାତ୍ର ଏଲଆଣ୍ଡଟି କମ୍ପନୀ କିମ୍ବା ବିଭାଗୀୟ ଅଧିକାରୀ ଏଥିପ୍ରତି କର୍ଣ୍ଣପାତ କରିନଥିଲେ । ଏ ସମ୍ପର୍କରେ ସାକ୍ଷୀଗୋପାଳ ନିଉଜ ସୋସିଆଲ ମିଡିଆରେ ଖବର ପ୍ରକାଶିତ ହେବା ପରେ ଏଲଆଣ୍ଡଟି କମ୍ପାନୀ ପକ୍ଷରୁ ବିଭାଗୀୟ ଅଧିକାରୀ ମାନେ ସେଠାରେ ପହଞ୍ଚି କମ୍ପାନୀର ଷ୍ଟିକର ମାରି ରାସ୍ତା ମରାମତି କାମ କରିଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୦/୯/୨୦୨୨---୩,୫୫
Sakhigopal News, 30/9/2022