ପାଇକରାୟ ପୁରରେ ଆଜାଦିର ଅମ୍ରୁତ ମହୋତ୍ସବ ପାଳିତ
ଜଟଣୀ---- ଜଟଣୀ ପୌରପରିଷଦ ୧୦ ଓ ୧୧ ନମ୍ବର ୱାଡ ପାଇକରାୟ ପୁରଠାରେ ଆଜାଦୀର ଅମ୍ରୁତ ମହୋତ୍ସବ ପାଳିତ ହୋଇ ଯାଇଛି । ମୁଖ୍ଯ ଅତିଥି ଭାବେ ଜଟଣୀ ନଗରପାଳ ଅନନ୍ତ ବେହେରା, ମୁଖ୍ଯବକ୍ତା ସମାଜସେବୀ ଅନନ୍ତ ସତପଥୀ ,ସମ୍ମାନୀତ ଅତିଥୀ ୧୦ନମ୍ବର ୱାଡର କାଉନ୍ ସିଲର ଅନ୍ନପୂର୍ଣ୍ଣା ସାହୁ,୧୧ ନମ୍ବର ୱାଡର କାଉନ୍ ସିଲର ଦିଲିପ୍ କୁମାର ମାର୍ଥା,ରଘୁନାଥ ନଗର ବସ୍ତିବାସୀନ୍ଦା ସଭାପତି ପ୍ରଶାନ୍ତ ବେହେରା ଯୋଗ ଦାନ ଦେଇଥିଲେ । ଉକ୍ତ ଉତ୍ସବରେ ପାଇକରାୟ ପୁରର ପୂର୍ବତନ ସଭାପତି ଲିଙ୍ଗ ରାଜ ସାହୁ ସମସ୍ଯା ଉପସ୍ଥାପନା କରିଥିଲେ । ସମାଜ ସେବୀ ନବୀନ କୁମାର ମହାପାତ୍ର ସଭାକାର୍ଯ୍ଯ ପରିଚାଳନା କରିଥିଲେ । ବସ୍ତି ସଂଘର ସଭାପତି କ୍ଷେତ୍ରବାସୀ ସାହୁ,ସଂପାଦକ ଶିବମହାରଣା ଙ୍କ ସହ କ୍ଷେତ୍ରବାସୀ ବାରିକ,ଶ୍ରିଧର ବେହେରା,ଅନସୂୟାପାଳ ପ୍ରମୁଖ କାର୍ଯ୍ଯକ୍ରମ ପରିଚାଳନା ରେ ସହୋଯୋଗ କରିଥିଲେ । ଏହି ଅବସରରେ ଝୋଟି ପ୍ରତିଯୋଗୀତାରେ କ୍ରୁତକାର୍ଯ୍ଯ ହୋଇଥିବା ପ୍ରତିଯୋଗୀଙ୍କୁ ପୁରସ୍କୁତ କରାଯିବା ସହ କାର୍ଯ୍ଯକ୍ରମରେ ପୌରପରିଷଦର ସିଓ ମାନଙ୍କ ଉପସ୍ଥିତି ଜନସାଧାରଣଙ୍କୁ ଉତ୍ସାହିତ କରିଥିଲେ । ଶେଷରେ ମନୋଜ କୁମାର ବାରିକ ସାଂସ୍କୁତିକ କାର୍ଯ୍ଯକ୍ରମ ପରିଚାଳନା କରିଥିଲେ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୧/୯/୨୦୨୨---୬,୫୫ Sakhigopal News,21/9/2022