ପୋଖରୀରେ ବୁଡି ୩ବର୍ଷର ନାବାଳିକାର ମୃତ୍ୟୁ
ଭଞ୍ଜନଗର---ତାରସିଂ ଥାନା ଅନ୍ତର୍ଗତ ତେଲଡି ଗ୍ରାମର ବିପିନ ପ୍ରଧାନଙ୍କ ର ୩ ବର୍ଷର ନାବାଳିକା ବେବି ପ୍ରଧାନ ପୋଖରୀରେ ବୁଡି ମୃତ୍ୟୁ ଘଟିଛି। ଖବର ନେବାରେ ଅପରାହ୍ନ ୪ଟା ସମୟରେ ବାପା ବିପିନର ଘର ପଛପଟେ ଥିବା ପୋଖରୀ ହୁଡାରେ ବେବି ଓ ତାର ସାଙ୍ଗମାନଙ୍କ ସହ ମିଶି ଖୋଳୁ ଥିବା ସମୟରେ ବେବିର ଅସାବଧାନତା ଯୋଗୁଁ ପୋଖରୀକୁ ଖସି ବୁଡି ଯାଇଥିଲା। ସନ୍ଧ୍ୟା ସମୟରେ ବେବିର ମୃତଦେହ ପାଣିରେ ଭାସୁଥିବାର କିଛି ଲୋକ ଦେଖି ପରିବାରକୁ ଖବର ଦେବା ପରେ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ମୃତ୍ୟ ଦେହକୁପାଣି ଭିତରୁ ଉଦ୍ଧାର କରିଥିବା ଜଣାପଡିଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ ୨୮/୯/୨୦୨୨---୯,୩୫ Sakhigopal News,28/9/2022