Breaking News

ନିଖୋଜ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଆତ୍ମହତ୍ୟା ଅଭିଯୋଗ



ଭଞ୍ଜନଗର - ଗାଁ ନିକଟ କେନାଲ ପାଶ୍ୱର୍ରେ ଥିବା ଏକ ଗଛରୁ ବିଧବାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ । ଗାଙ୍ଗପୁର ଥାନା ଅନ୍ତର୍ଗତ ବରପଲ୍ଲୀ ଗାଁ ନିକଟ ରୁ ଝୁଲନ୍ତା ଅବସ୍ଥାରେ  ଉଦ୍ଧାର କରିଛି ପୋଲିସ । ମୃତ ମହିଳା ଜଣକ ହେଲେ ଶୈଳବାଳା ନାୟକ । ଗତ ୬ ତାରିଖ ରାତିରୁ ଶୈଳବାଳା ନିଖୋଜ ଥିବା ନେଇ ତାଙ୍କ ପୁଅ ଗାଙ୍ଗପୁର ଥାନା ରେ ଲିଖିତ ଏତଲା ଦେଇଥିଲେ । ଏନେଇ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ତେବେ ଶନିବାର ସକାଳୁ  ଗାଁ ନିକଟ କେନାଲ ପାଶ୍ୱର୍ରେ ଥିବା ଏକ ଗଛରେ ଶୈଳବାଳା ଙ୍କ ମୃତଦେହ ଝୁଲି ରହିଥିବା କିଛି ଲୋକ ଏବଂ ପରିବାର ଲୋକେ ଦେଖିଥିଲେ । ଗାଙ୍ଗପୁର ପୋଲିସ ରେ ଖବର ଦେବାପରେ  ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା । ମୃତ ମହିଳା ଙ୍କ ପୁଅ ଗଙ୍ଗାଧର ନାୟକ ର ଏତଲା ଆଧାରରେ ଆତ୍ମହତ୍ୟା କରିଥିବା ନେଇ ଗାଙ୍ଗପୁର ଥାନା କେଶ୍ ନମ୍ବର ୨୧/୨୨ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲିଥିବା ନେଇ ଥାନାଧିକାରୀ ଶୁଭେନ୍ଦୁ କୁମାର ସାହୁ ସୂଚନା ଦେଇଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୦/୯/୨୦୨୨----୧୧,୪୦   Sakhigopal News,10/9/2022

Blog Archive

Popular Posts