ଡିହପଢ଼ାଳ ଠାରେ ଜିଲ୍ଲା ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ
ଭଞ୍ଜନଗର---- ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଡିହପଢ଼ାଳ ପରିସରରେ ଜିଲ୍ଲା ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି ।ମୁଖ୍ୟ ଅତିଥି ଭାବେ ଦକ୍ଷିଣ- ପୂର୍ବ ସମ୍ଭାଗ କୋଷାଧ୍ୟକ୍ଷ ଜ୍ୟୋତି ରଞ୍ଜନ ବିଷୋୟୀ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ଭଞ୍ଜନଗର ସଙ୍କୁଳ ପ୍ରମୁଖ ପ୍ରସନ୍ନ କୁମାର ପ୍ରଧାନ ,ସହ ଜିଲ୍ଳା ପ୍ରମୁଖ ତ୍ରିନାଥ ଗୌଡ଼, ସମ୍ପଦକ ପଦ୍ମନାଭ ପ୍ରଧାନ ପ୍ରମୁଖ ଯୋଗଦେଇ ପ୍ରତିଯୋଗୀ ମାନଙ୍କୁ ମାର୍ଗଦର୍ଶନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଭଞ୍ଜନଗର,ଫୁଲବାଣୀ,ବାଲିଗୁଡା,ସଂକୁଳ ର ୧୫ଟି ବିଦ୍ୟାମନ୍ଦିର ର ମୋଟ ୧୦୨ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ଏହି ଜ୍ଞାନ ବିଜ୍ଞାନ ମେଳାରେ କୁନି ବୈଜ୍ଞାନିକ ମାନେ ନୂତନ ପ୍ରୟୋଗ, ଜଳ ସଂରକ୍ଷଣ, ଶକ୍ତି ସଂରକ୍ଷଣ, ବାୟୂ ପ୍ରଦ୍ୟୁଷଣ ରୋକିବା ତଥା ଗଣିତ ପ୍ରକଳ୍ପ ଓ ଗଣିତ ପ୍ରୟୋଗ ସଂପର୍କିତ ବିଷୟବସ୍ତୁ ଉପରେ ନିଜ ନିଜର ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ। କାର୍ଯ୍ୟକ୍ରମରେ ବିଚାରକ ଭାବରେ ଶିକ୍ଷକ ଉମାକାନ୍ତ ନାହାକ ,କେଦାରନାଥ ସେଠୀ ,ପ୍ରଦୀପ କୁମାର ଆଚାର୍ଯ୍ୟ,ବନମାଳୀ ଗୌଡ଼,ଶିକ୍ଷୟତ୍ରୀ ବାସନ୍ତୀ ପାଣିଗ୍ରାହୀ ,ଇନ୍ଦିରା ପ୍ରଭା ନାୟକ ,ରଞ୍ଜିତା ଦାସ,ମମତା ପ୍ରଧାନ ଯୋଗଦେଇଥିଲେ । ଜିଲ୍ଲା ସ୍ତରରୁ ମୋଟ ୧୧ ଜଣ କୁନି ବୈଜ୍ଞାନିକ ଚୟନ ହୋଇଛନ୍ତି। ରବିବାର ଦିନ ଆସିକା ଠାରେ ହେବାକୁ ଥିବା ସମ୍ଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ରେ ଏହି ୧୧ ଜଣ ଅଂଶ ଗ୍ରହଣ କରିବେ। ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟ ଶିଶିର କୁମାର ମହାପାତ୍ର ପରିଚାଳନା କରିଥିବା ବେଳେ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୦/୯/୨୦୨୨--୧୨,୨୦ Sakhigopal News,10/9/2022