ଗଣେଶ ଭସାଣୀ ବେଳେ , କେନାଲ ରେ ବୁଡି ନାବାଳିକା ର ମୃତ୍ୟୁ
ଭଞ୍ଜନଗର - ଗଣେଶ ଭସାଣୀ ବେଳେ ଅଘଟଣ । ଭଂଜନଗର ଥାନା ଅନ୍ତର୍ଗତ ଡହ କେନାଲ ରେ ବୁଡି ଜଣେ ନାବାଳିକା ର ମୃତ୍ୟୁ ଘଟିଛି । ମୃତ ନାବାଳିକା ଜଣକ ରୁପାଲି ସାହୁ । ମୃତ ଦେହକୁ ଜବତ କରି , ଭଂଜନଗର ଥାନା ୩୦/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ଭଂଜନଗର ପୋଲିସ । ଖବର ଲେଖା ଶେଷ ସୁଧା , ଥାନା ରେ କୈାଣସି ଏତଲା ହୋଇନଥିବା ଥାନାଧିକାରୀ ଧିରେଶ କୁମାର ଦାସ ସୂଚନା ଦେଇଛନ୍ତି । ଶୁକ୍ରବାର ଅପରାହ୍ନରେ ଏହି ଘଟଣା ଘଟିଥିବା ବେଳେ ଘଟଣା ସ୍ଥଳରୁ ସ୍ଥାନୀୟ ଲୋକେ ଉଧାର କରି ଭଞ୍ଜନଗର ମେଡିକାଲ ରେ ଭର୍ତି କରିଥିଲେ । ତେବେ ସେଠାରେ ଡାକ୍ତର , ନାବାଳିକା କୁ ମୃତ ଘୋଷଣା କରିଥିଲେ । ଶନିବାର ଦିନ , ମୃତ ଦେହକୁ ବ୍ୟବଛେଦ କରାଯିବ ବୋଲି ସୂଚନା ମିଳିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨/୯/୨୦୨୨ ---୯,୧୦ Sakhigopal News,2/9/2022