କଥାକଟାକଟିକୁ ନେଇ ଦୁଇ ସାଙ୍ଗ ମଧ୍ୟରେ ଗଣ୍ଡଗୋଳ ଜଣେ ଆହତ
ଭଞ୍ଜନଗର--ତାରସିଂ ଥାନା ନିକଟ ତାରସିଂ ଗ୍ରାମରେ ଦୁଇ ସାଙ୍ଗଙ୍କମଧ୍ୟରେ କୌଣସି କଥାକୁ ନେଇ ଗଣ୍ଡଗୋଳ ଘଟି ଜଣେ ଆହତ । ସେହେଲେ ସୁନିଲ ସେଠୀ ଘର ତାରସିଂ ଗ୍ରାମରେ ।ଖବର ନେବାରେ ରଞ୍ଜନ ଓ ଅକ୍ଷୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଦୁଇଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗିରହିଥିବା ବେଳେ ଅକ୍ଷୟ କୁ ଆକ୍ରମଣ କରିବା ପାଇଁ ରଞ୍ଜନ ଖୋଜୁଥିବା ସମୟରେ ସୁନିଲ ରଞ୍ଜନ କୁ ଦେଖାହେଇଥିଲା । ଏହି ସମୟରେ ଦୁଇଙ୍କ ମଧ୍ୟରେ କୌଣସି କାରଣକୁ ନେଇ କଥା କଟାକଟି ହେଇଥିଲା । ରଞ୍ଜନ ଉତକ୍ଷିପ୍ତ ହୋଇ ସୁନିଲକୁ ଏକ ପଥରରେ ମୁଣ୍ଡକୁ ଛେଚି ଦେବା ଫଳରେ ସୁନିଲ ଆହତ ହେବାରୁ ତାଙ୍କୁ ଭଞ୍ଜନଗର ଡାକ୍ତରଖାନାରେ ଭତ୍ତି କରାଯାଇଥିଲା । ଏହି ଘଟଣାକୁ ନେଇ ଆହତ ସୁନିଲ ତାରସିଂ ଥାନାରେ ଲିଖିତ ଅଭିଯୋଗ କରିବା ପରେ ତାରସିଂ ଥାନା ୨୬୪/ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।ଗୁରୁବାର ରାତ୍ରରେ ରଞ୍ଜନକୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରାଯାଇଥିବା ତାରସିଂ ଥାନା ଅଧିକାରୀ ପ୍ରଦିପ୍ତ କୁମାର ଦାଶ କହିଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨/୯/୨୦୨୨---୯,୧୦ ,. Sakhigopal News 2/9/2022