Breaking News

ରାଜ୍ୟସ୍ତରୀୟ ଜୁନିୟର ରାଙ୍କିଙ୍ଗ ବ୍ୟାଡମିଣ୍ଟନ ପ୍ରତିଯୋଗିତା



ଜଟଣୀ --- ଓଡିଶା ରାଜ୍ଯ ବ୍ୟାଡମିଣ୍ଟନ ଆସୋସିଏସନ ତରଫରୁ କନିଷ୍ଠ ରାଜ୍ଯ ଶ୍ରେଣୀ କରଣ ଟୁର୍ଣ୍ଣାମେଣ୍ଟ  ଜଟଣୀ ସ୍ଥିତ ଆଶ୍ରୟ ପରିସର ଠାରେ ଅନୁଷ୍ଠିତ ହେଉଛି। ମୁଖ୍ଯଅତିଥି ଭାବେ ପଦ୍ମଶ୍ରୀ ଶ୍ରୀଯୁକ୍ତ ଦୀଲିପ ତିର୍କୀ ଙ୍କ କରକମଳ ରେ ଉଦଘାଟିତ ହୋଇଯାଇଛି।  ଓଡିଶା ରାଜ୍ଯ ବ୍ୟାଡମିଣ୍ଟନ ଆସୋସିଏସନ ର ସମ୍ପାଦକ  ନୀଲିନ୍ କୁମାର, ଉପସଭାପତି  ପ୍ରଦିପ କୁମାର ପଟ୍ଟନାୟକ, ଆଶ୍ରୟ ର ସଭାପତି  ବେଣୁଧର ଦାସ,ସାଧାରଣ ସମ୍ପାଦକ ରଞନ କୁମାର ସ୍ବାଇଁ ସହଯୋଗ କରିଥିଲେ। ଆଜି 56 ଟି ମ୍ୟାଚ ଖେଳା ଯାଇଥିଲା ।  ଆଜିର ପ୍ରଥମ ମ୍ୟାଚ ଶ୍ରୀ ନିକୋଲସ ରେଡେନ୍ (ଖୋର୍ଦ୍ଧ।)ଏବଂ ଶ୍ରୀ ଆୟୁଷ ତ୍ରିପାଠୀ (କୋରାପୁଟ)ଙ୍କ ମଧ୍ଯ ରେ ଖେଳା ଗଲା । ଶ୍ରୀ ଆୟୁଷ ତ୍ରିପାଠୀ ଏହି ମ୍ୟାଚ କୁ  21/11 ଏବଂ 21/11 ବ୍ୟବଧାନ ରେ ଜିତି ଯାଇ ଛନ୍ତି।  ଏହି ମ୍ୟାଚ କୁ  ମ୍ୟାଚ ରେଫରି ସ୍ଵାଧୀନ ମିଶ୍ର ପରିଚାଳନା କରିଥଲେ । ଏହି ଟୁର୍ଣ୍ଣାମେଣ୍ଟ କୁ ସଫଳ କରିବା ପାଇଁ ଆଶ୍ରୟ ର ଗୋପି କିଶାନ ଝୁନ୍ ଝୁନ୍ୱୱ।ଲ, ବିଷ୍ନୁ କୁମାର ସାହୁ, ଆପ୍ପା ରାଓ, ପ୍ରଶାନ୍ତ କୁମାର ବେହେରା,  ଫୟାଜ ଅହମଦ୍ ଏବଂ ଅନ୍ୟ ସଭ୍ଯ  ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।
ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨/୯/୨୦୨୨--୯,୧୫  Sakhigopal News,2/9/2022

Blog Archive

Popular Posts